ଓଡିଶା

odisha

ETV Bharat / bharat

ସ୍ବାମୀଙ୍କ ଟାର୍ଗେଟରେ ‘ଚୌକିଦାର’ ! - i am Chowkidar

ନିଜ ନାଁରେ ଚୌକିଦାର ଶବ୍ଦ ବ୍ୟବହାର କରି ପାରିବି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ । କେବଳ ସେତିକି ନୁହେଁ ତାଙ୍କ କମାଣ୍ଡରେ ଚୌକିଦାର ପରିଚାଳିତ ବୋଲି କହି ଚର୍ଚ୍ଚାରେ ବିଜେପିର ଏହି ବରିଷ୍ଠ ନେତା ।

ଫାଇଲ ଫଟୋ

By

Published : Mar 24, 2019, 10:55 PM IST

Updated : Mar 24, 2019, 11:48 PM IST

ନୂଆଦିଲ୍ଲୀ: ନିଜ ମନ୍ତବ୍ୟ ଯୋଗୁଁସର୍ବଦା ଚର୍ଚ୍ଚାରେ ଥିବାବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପୁଣିଥରେ ନିଜ ବୟାନ ପାଇଁ ଚର୍ଚ୍ଚାରେ। ବିରୋଧୀଙ୍କ ଠାରୁ ଆରମ୍ଭ କରି ନିଜ ଦଳର ନେତା ଯାଏ ତାଙ୍କ ସମାଲୋଚନାରୁ ବର୍ତ୍ତିପାରନ୍ତି ନାହିଁ। ଏଥର ନିଜ ଦଳର ନିର୍ବାଚନୀ କ୍ୟାମ୍ପେନ 'ମୁଁ ବି ଚୌକିଦାର'କୁ କରିଛନ୍ତି ଟାର୍ଗେଟ । ମୁଁ ନିଜ ନାଁ ପରିବର୍ତ୍ତନ କରି ପାରିବି ନାହିଁ । ମୋ ନିଜ ନାଁ ଆଗରେ ଚୌକିଦାର ଶବ୍ଦ ଲଗାଇ ପାରିବି ନାହିଁ । ମୁଁ ହେଉଛି ବାହ୍ମଣ । ଏପରି କିଛି ମନ୍ତବ୍ୟ ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି ସୁବ୍ରମଣ୍ୟମ ।

ବିଜେପି ସାଂସଦ କହିଛନ୍ତି ଯେ ଚୌକିଦାରକୁ ଆଦେଶ ଦେବି, ତାଙ୍କୁ କଣ କରିବାକୁ ହେବ । ତେଣୁ ମୁଁ ନିଜ ନାଁ ଆଗରେ ଚୌକିଦାର ଶବ୍ଦ ବ୍ୟବହାର କରି ପାରିବି ନାହିଁ । ସ୍ବାମୀଙ୍କ ଏହି ମନ୍ତବ୍ୟ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି 'ମୁଁ ମଧ୍ୟ ଚୌକିଦାର' କ୍ୟାମ୍ପେନ ଆରମ୍ଭ କରିଛି । ଏହା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଦଳର ବଡ ବଡ ନେତା ଓ କେନ୍ଦ୍ର ମନ୍ତ୍ରୀମାନେ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ନିଜ ନାଁ ଆଗରେ 'ଚୌକିଦାର' ଶବ୍ଦ ଯୋଡିଛନ୍ତି । ଏହି କ୍ୟାମ୍ପେନର ଆରମ୍ଭ ସ୍ବଂୟ ମୋଦି କରିଥିଲେ । ଏହାସହ ବିଗତ ଦିନରେ ସେ ଚୌକିଦାରଙ୍କ ସହ ଆଲୋଚନାକରିଥିଲେ ।

Last Updated : Mar 24, 2019, 11:48 PM IST

ABOUT THE AUTHOR

...view details