ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ପ୍ରତିଟି ମୁହୁର୍ତ୍ତରେ ବଦଳୁଛି ରାଜନୈତିକ ସ୍ଥିତି । ଏନ୍ସିପି ନେତା ଅଜିତ ପାଓ୍ବାରଙ୍କ ସହଯୋଗରେ ସରକାର ଗଢିବା ପରେ ମଧ୍ୟ ଶରଦ ପାୱାରଙ୍କ ସହଯୋଗ ଲୋଡିଛି ବିଜେପି । ରବିବାର ସକାଳୁ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି ବିଜେପି ସାଂସଦ ସଞ୍ଜୟ କାକଡେ ।
ମହାରାଷ୍ଟ୍ର ମହାଭାରତ: ଶରଦଙ୍କୁ ଭେଟିଲେ ବିଜେପି ସାଂସଦ - ଶରଦଙ୍କ ଶରଣରେ ବିଜେପି ବିଧାୟକ
ଏନ୍ସିପି ନେତା ଅଜିତ ପାଓ୍ବାରଙ୍କ ସହଯୋଗରେ ସରକାର ଗଢିବା ପରେ ମଧ୍ୟ ଶରଦଙ୍କ ସହଯୋଗ ଲୋଡିଛି ବିଜେପି । ରବିବାର ସକାଳୁ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି ବିଜେପି ସାଂସଦ ସଞ୍ଜୟ କାକଡେ।
ସେ କ'ଣ ପାଇଁ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ପାଓ୍ବାରଙ୍କୁ ମନାଇବାକୁ ଯାଇଥିବା ଆଲୋଚନା ହେଉଛି। କାରଣ ଏନ୍ସିପି ନେତା ଅଜିତ ପାଓ୍ବାରଙ୍କ ସହଯୋଗରେ ମହାରାଷ୍ଟ୍ରରେ ସରକାର ଗଢିଛି ବିଜେପି । ହେଲେ ଏହାକୁ ସମର୍ଥନ କରୁନାହାଁନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ବାର। ଏହା ସହିତ ଏନସିପିର ବିଧାୟକ ଦଳର ନେତା ପଦରୁ ଅଜିତ ପାୱାରଙ୍କୁ ବରଖାସ୍ତ କରିଛନ୍ତି । ସେପଟେ ଅଜିତ ପାୱାରଙ୍କ ସହ ଯାଇଥିବା 49 ବିଧାୟକ ଶରଦଙ୍କ ପାଖକୁ ଫେରିଆସିଥିବା ଏନସିପି ଦାବି କରୁଛି। ଯଦି ଏନସିପି ବିଧାୟକ ବିଜେପିକୁ ସମର୍ଥନ ନକରନ୍ତି ତାହାଲେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଅସମର୍ଥ ହୋଇଯିବ ବିଜେପି ଏବଂ ଦେଖୁ ଦେଖୁ ଭାଙ୍ଗିଯିବ ସରକାର ।
ସେପଟେ ରବିବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ବିଜେପିର ସରକାର ଗଢିବାର ପ୍ରୟାସ ବିଫଳ ହେବ । ବିଜେପି ଭୁଲ ପଦକ୍ଷେପ ନେଇଛି । ଶିବସେନା-କଂଗ୍ରେସ ଏବଂ ଏନସିପି ପାଖରେ 165 ବିଧାୟକ ଅଛନ୍ତି । ଅଜିତ ପାୱାର ନିଜ ଦାଦା ଶରଦ ପାୱାରଙ୍କ ପିଠିରେ ଛୁରୀ ଭୁଷି ବହୁତ ବଡ ଭୁଲ କରିଛନ୍ତି ବୋଲି ସେ କହିଛନ୍ତି।
TAGGED:
ଶରଦଙ୍କ ଶରଣରେ ବିଜେପି ବିଧାୟକ