ଓଡିଶା

odisha

ETV Bharat / bharat

ସାଂସଦଙ୍କୁ ପାକିସ୍ତାନୀ ନମ୍ବରରୁ ହତ୍ୟା ଧମକ, ବାସଭବନରେ ବୋମାମାଡ଼ - ସାଂସଦ ସାକ୍ଷୀଙ୍କୁ ପାକିସ୍ତାନୀ ନମ୍ବରରୁ ହତ୍ୟା ଧମକ

ପାକିସ୍ତାନୀ ନମ୍ବରରୁ ସାଂସଦଙ୍କୁ ଆସୁଛି ହତ୍ୟା ଧମକ। ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ଫୋନ କଲ ମାଧ୍ୟମରେ ହତ୍ୟା ଧମକ ଆସିବା ସହ ତାଙ୍କ ଉତ୍ତରପ୍ରଦେଶ ବାସ ଭବନକୁ ବୋମା ପକେଇ ଉଡେଇ ଦେବାକୁ କୁହାଯାଉଛି। ଏନେଇ ସାଂସଦ ଭୟଭୀତ ହୋଇଯିବା ସହ ପୋଲିସ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ସାଂସଦ ସାକ୍ଷୀଙ୍କୁ ପାକିସ୍ତାନୀ ନମ୍ବରରୁ ହତ୍ୟା ଧମକ, ବାସଭବନରେ ବୋମାମାଡ଼
ସାଂସଦ ସାକ୍ଷୀଙ୍କୁ ପାକିସ୍ତାନୀ ନମ୍ବରରୁ ହତ୍ୟା ଧମକ, ବାସଭବନରେ ବୋମାମାଡ଼

By

Published : Aug 11, 2020, 8:33 AM IST

ନୂଆଦିଲ୍ଲୀ: ପାକିସ୍ତାନୀ ନମ୍ବରରୁ ସାଂସଦଙ୍କୁ ଆସୁଛି ହତ୍ୟା ଧମକ। ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ଫୋନ କଲ ମାଧ୍ୟମରେ ହତ୍ୟା ଧମକ ଆସିବା ସହ ତାଙ୍କ ଉତ୍ତରପ୍ରଦେଶ ବାସଭବନକୁ ବୋମା ପକେଇ ଉଡେଇ ଦେବାକୁ କୁହାଯାଉଛି। ଏନେଇ ସାଂସଦ ଭୟଭୀତ ହୋଇଯିବା ସହ ପୋଲିସ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଉନ୍ନାଓ ପୋଲିସ୍ ଅଧୀକ୍ଷକଙ୍କ ନିକଟରେ ତାଙ୍କ ଅଭିଯୋଗରେ ସାକ୍ଷୀ ମହାରାଜ କହିଛନ୍ତି ଯେ, ସୋମବାର ତାଙ୍କୁ ଦୁଇଥର ପାକିସ୍ତାନୀ ନମ୍ବର (+923151225989) ରୁ ହତ୍ୟା ଧମକ ଆସିଛି। ଏହାସହ ବାସଭବନକୁ ବୋମା ପକେଇ ଉଡେଇ ଦେବାକୁ କୁହାଯାଇଛି।

ବିଜେପି ସାଂସଦ କହିଛନ୍ତି ଯେ କଲ୍ କରୁଥିବା ବ୍ୟକ୍ତି କହିଛନ୍ତି, "ଆପଣ ମହମ୍ମଦ ଗାଫରଙ୍କୁ ପୋଲିସକୁ ଧରିବାରେ ସାହାଯ୍ୟ କରି ନିଜ ମୃତ୍ୟୁକୁ ନିମନ୍ତ୍ରଣ କରିଛନ୍ତି। । ତାଙ୍କ ମୁଜାହିଦ୍ଦିନମାନେ ତୁମ ଉପରେ ନଜର ରଖିଛନ୍ତି ସୁଯୋଗ ପାଇବା ମାତ୍ରେ ହତ୍ୟା କରିବେ। କଲ୍ କରୁଥିବା ବ୍ୟକ୍ତି ସାକ୍ଷୀଙ୍କୁ ମଧ୍ୟ କହିଛି ଯେ ବିଜେପି ସାଂସଦଙ୍କ ଗତିବିଧି ବିଷୟରେ ତାଙ୍କ ଲୋକମାନେ ଅବଗତ ଅଛନ୍ତି।

ସାଂସଦ ତାଙ୍କ ଅଭିଯୋଗରେ କହିଛନ୍ତି ଯେ କଲ୍ କରୁଥିବା ବ୍ୟକ୍ତି ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର ନେତାଙ୍କ ନାମ ମଧ୍ୟ ରଖିଛନ୍ତି ଏବଂ ସେମାନଙ୍କ ବିଷୟରେ ଅଶ୍ଳୀଳ କଥା କହିଛନ୍ତି। ବିଜେପି ସାଂସଦ ଆହୁରି କହିଛନ୍ତି ଯେ କଲ୍ କରୁଥିବା ବ୍ୟକ୍ତି ଗାଜୱା-ଏ-ହିନ୍ଦ ନାମରେ ଭାରତରେ ଇସଲାମିକ ନିୟମ ପ୍ରତିଷ୍ଠା ବିଷୟରେ ମଧ୍ୟ କହିଛନ୍ତି। ଅତୀତରେ ବିଜେପି ସାଂସଦଙ୍କୁ ମଧ୍ୟ ଅନେକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ମିଳିଥିଲା। ଉନ୍ନାଓରେ କିଛି ଆଦର୍ଶବାଦୀ ଲୋକ ଏବଂ ପିଏଫ୍ଆଇ ସଦସ୍ୟ ମଧ୍ୟ ତାଙ୍କୁ ଧମକ ଦେଇଛନ୍ତି।

ABOUT THE AUTHOR

...view details