ଓଡିଶା

odisha

By

Published : Aug 16, 2019, 12:40 PM IST

ETV Bharat / bharat

ବିଜେପି ସାଂସଦ ରୂପା ଗାଙ୍ଗୁଲିଙ୍କ ପୁଅ ଗିରଫ

ରୂପା ଗାଙ୍ଗୁଲିଙ୍କୁ ପୁଅ ଗିରଫ । ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ଗୋଟିଏ କ୍ଲବ କାନ୍ଥକୁ ଧକ୍କା ଦେଇଥିଲେ ସେ । ଆଜି କୋର୍ଟଚାଲଣ ।

ଫାଇଲ ଫଟୋ

କୋଲକାତା: ପୋଲିସ ହେପାଜତରେ ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କ ପୁ୍ଅ। ନିଶାସକ୍ତ ଗାଡି ଚଳାଉ ଥିବାବେଳେ ଦକ୍ଷିଣ କୋଲକାତାର ଏକ କ୍ଲବ ଘର କାନ୍ଥକୁ ଧକ୍କା ଦେଇଥିଲେ । ଏହି ଘଟଣାକୁ ନେଇ ପୁଅ ଆକାଶକୁ ପୋଲିସ ଗିରଫ କରିଥିବାବେଳେ ଆଜି କୋର୍ଟ ଚାଲାଣ କରାଯିବ ।

ମିଳିଥିବା ପୋଲିସ ସୂଚନା ଅନୁସାରେ, ଗୁରୁବାର ଗାଙ୍ଗୁଲିଙ୍କ ପୁଅ ଆକାଶ ଗଲ୍ଫ ଗାର୍ଡେନ କ୍ଷେତ୍ର ନିକଟରେ ଦୁର୍ଘଟଣା ଘଟିଥିଲା । ଗାଡି ଟର୍ଣ୍ଣ କରିବା ସମୟରେ କ୍ଲବ ଘରର କାନ୍ଥକୁ ଧକ୍କା ଦେଇଥିଲେ ଆକାଶ। ତେବେ ସେ ମଦ୍ୟପାନ କରି ଗାଡି ଚଳାଉଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି । ମାତ୍ର ଗାଡିର ବେଗ ଅଧିକ ଥିବା ସତ୍ତ୍ବେ ସୌଭାଗ୍ୟ ବଶତଃ ଅନେକଙ୍କ ଜୀବନ ବଞ୍ଚି ଯାଇଥିବା ସ୍ଥାନୀୟଲୋକେ କହିଛନ୍ତି ।

ତେବେ ଏହି ଦୁର୍ଘଟଣା ବାବଦରେ ଖୋଦ ସାଂସଦ ରୂପା ଗାଙ୍ଗୁଲି ପୋଲିସକୁ କଲ କରି ସୂଚନା ଦେବା ସହ ଏକ ଟ୍ବିଟ କରିଥିଲେ। ଯେଉଁଥିରେ ଏହି ଘଟଣାକୁ ନେଇ କୌଣସି ରାଜନୀତି କରା ନଯିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ମୁଁ ମୋ ପୁଅକୁ ସ୍ନେହ କରେ । ତେଣୁ ଧ୍ୟାନ ରଖିବି, ମାତ୍ର ଆଇନକୁ ତା କାମ କରିବା ଉଚିତ।

ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ କରିବାକୁ ଯାଇ ସେ ଲେଖିଛନ୍ତି 'ନା ମୁଁ କିଛି ଭୁଲ କରେ, ନା ଭୁଲକୁ ସହନ କରେ, ମୁଁ ବିକାଉ ନୁହେଁ ' ବୋଲି ଲେଖିଛନ୍ତି ।

ABOUT THE AUTHOR

...view details