ଓଡିଶା

odisha

By

Published : Sep 21, 2020, 1:45 PM IST

ETV Bharat / bharat

ସଂସଦରେ ବଲିଉଡ ଯୌନଶୋଷଣ ପ୍ରସଙ୍ଗ, ଧାରଣାରେ ରୂପା ଗାଙ୍ଗୁଲି

ବଲିଉଡରେ ଯୌନ ଶୋଷଣ ପ୍ରସଙ୍ଗ ସଂସଦରେ ପହଞ୍ଚିଛି। ଆଜି ଭାରତୀୟ ଜନତା ପାର୍ଟିର ସାଂସଦ ରୂପା ଗାଙ୍ଗୁଲି ସଂସଦ ପରିସରରେ ଧାରଣାରେ ବସିଥିଲେ ।

ରୂପା ଗାଙ୍ଗୁଲି
ରୂପା ଗାଙ୍ଗୁଲି

ନୂଆଦିଲ୍ଲୀ: ବଲିଉଡରେ ଯୌନ ଶୋଷଣ ପ୍ରସଙ୍ଗ ସଂସଦରେ ପହଞ୍ଚିଛି। ଆଜି ଭାରତୀୟ ଜନତା ପାର୍ଟିର ସାଂସଦ ରୂପା ଗାଙ୍ଗୁଲି ସଂସଦ ପରିସରରେ ଧାରଣାରେ ବସିଥିଲେ । ହାତରେ ଏକ ବ୍ୟାନର ସହିତ ରୂପା ଗାଙ୍ଗୁଲି ବିରୋଧ ପ୍ରଦର୍ଶନ କରିଛନ୍ତି । ରୂପା ଗାଙ୍ଗୁଲି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାପୂର୍ବରୁ ବିଜେପି ସାଂସଦ ରବି କିଶନ ବଲିଉଡରେ ମହିଳାଙ୍କ ଉପରେ ହେଉଥିବା ଯୌନଶୋଷଣ ପ୍ରସଙ୍ଗ ଉଠାଇଥିଲେ।

ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରି ବିଜେପି ସାଂସଦ କହିଛନ୍ତି ଯେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଲୋକଙ୍କୁ ହତ୍ୟା କରେ, ସେମାନଙ୍କୁ ନିଶା ଦେଇଥାଏ ଏବଂ ମହିଳାଙ୍କୁ ଅପମାନିତ କରେ ମାତ୍ର କେହି କିଛି କରୁନାହାଁନ୍ତି । ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସ ଚୁପ୍ ରହିଛି।

ଏହାପୂର୍ବରୁ ବିଜେପି ସାଂସଦ ରବି କିଶନ ମଧ୍ୟ କହିଥିଲେ ଯେ ଆମ ଦେଶରେ ଝିଅମାନେ ଦେବୀ ଦୁର୍ଗା ଏବଂ ଗୋ ମାତାଙ୍କ ପରି ସମ୍ମାନିତ କିନ୍ତୁ ବଲିଉଡ ସମେତ ଅନେକ କ୍ଷେତ୍ରରେ ସେମାନଙ୍କୁ ଅସମ୍ମାନିତ କରାଯାଉଛି । ଗୋରଖପୁର ସାଂସଦ ରବି କିଶନ ଘୋଷଣା କରିଛନ୍ତି ଯେ ସେ ଦଶନ୍ଧି ଧରି ବଲିଉଡରେ ବଢି ଚାଲିଥିବା କାଷ୍ଟିଂ କାଉଚ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ମାମଲାରୁ ପର୍ଦ୍ଦା ଉଠାଇବେ।

ABOUT THE AUTHOR

...view details