ଲକ୍ଷ୍ନୌ: ଦୀପାବଳିରେ ଅଘଟଣ । ବାଣ ଫୁଟାଉଥିବା ସମୟରେ ନିଆଁ ଲାଗି ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ନାତୁଣୀଙ୍କ ମୃତ୍ୟୁ । ନିଆଁ ଲାଗି ଗୁରୁତର ହୋଇ ପଡିଥିବା 8 ବର୍ଷର ନାତୁଣୀର ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।
ଶନିବାର ବାଣ ଫୁଟାଉଥିବା ସମୟରେ ତାଙ୍କ ନାତୁଣୀ ଦେହରେ ନିଆଁ ଲାଗିଯାଇଥିଲା । ସେ ଗୁରୁତର ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି(ମଙ୍ଗଳବାର)ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।