ରାଞ୍ଚି: ଧାନବାଦ୍ ବିଜେପି ସାଂସଦ ପି .ଏନ ସିଂହ ରବିବାର ଧାନବାଦ୍ ଜିଲ୍ଲାରୁ ନିଜ ସହରକୁ ଫେରିଥିଲେ । ଏହାପରେ ସେ 14 ଦିନିଆ କ୍ବାରେଣ୍ଟାଇନରେ ରହିଥିବା ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି ।
ସାଂସଦ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଏକୁଟିଆ ଥିଲେ। ସେଠାରେ ତାଙ୍କର କିଛି ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ରହିଥିଲା ।ପି .ଏନ ପ୍ରତ୍ୟାବର୍ତ୍ତନ ବିଷୟରେ ଜାଣିବା ପରେ ରାଜ୍ୟ ଅଧିକାରୀମାନେ ତାଙ୍କ ବାସଭବନ ପରିଦର୍ଶନ କରିଥିଲେ ଏବଂ ତାଙ୍କୁ ବାଧ୍ୟତାମୂଳକ 14 ଦିନ ସେଲ୍ଫ ଆଇସୋଲେସନରେ ରହିବାକୁ କହିଥିଲେ । ଏହାସହ ଏହି ସମୟ ମଧ୍ୟରେ କାହା ସହିତ ସାକ୍ଷାତ ନକରିବାକୁ କହିଥିଲେ ।