ଓଡିଶା

odisha

ETV Bharat / bharat

ଗେହଲଟ-ପାଇଲଟ ବିବାଦ, ପ୍ରତିକ୍ରିୟା ରଖିଲେ ବିଜେପି ସାଂସଦ

ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ବିବାଦ ମୁଣ୍ଡ ଟେକିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଘନଉଛି । ଏହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିଛି ।

କଂଗ୍ରେସ ଛାଡିବେ ସଚିନ୍ ପାଇଲଟ୍ !
କଂଗ୍ରେସ ଛାଡିବେ ସଚିନ୍ ପାଇଲଟ୍ !

By

Published : Jul 12, 2020, 4:02 PM IST

ଜୟପୁର: ରାଜସ୍ଥାନରେ ଗେହଲଟ ସରକାରରେ ବିବାଦ ମୁଣ୍ଡ ଟେକିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ । ସଚିନ ପାଇଲଟ ବର୍ତ୍ତମାନ ଦିଲ୍ଲୀରେ ଥିବା କୁହାଯାଇଛି । ସେ ଦଳର ହାଇକମାଣ୍ଡଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି । ସଚିନ ପାଇଲଟ ଅଭିଯୋଗ କରିଛନ୍ତି ଯେ ଅଶୋକ ଗେହଲଟ ତାଙ୍କୁ ଅଣଦେଖା କରୁଛନ୍ତି । ସରକାରଙ୍କ ନିଷ୍ପତ୍ତିରେ ତାଙ୍କୁ ଗୁରୁତ୍ବ ଦିଆଯାଉ ନାହିଁ। ଅନ୍ୟପକ୍ଷରେ ସଚିନ ପାଇଲଟ ବିଜେପି ସହ ସମ୍ପର୍କରେ ଥିବା ଅଭିଯୋଗ ହେଉଛି ।

ତେବେ ଏହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିଛି । ବିଜେପି ସାଂସଦ ଓମ୍ ମାଥୁର କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବା ପରଠାରୁ ଦଳ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଯାଇଥିଲା । ଯିଏ(ସଚିନ୍ ପାଇଲଟ୍) 5 ବର୍ଷ ପରିଶ୍ରମ କରିଛି, ତାଙ୍କୁ ମୁଖ୍ୟମନ୍ତ୍ରୀ ନକରି ଯିଏ(ଅଶୋକ ଗେହଲଟ) ଦିଲ୍ଲୀରେ ଥିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି । ସେଦିନଠାରୁ ଏହା ସମ୍ପୂର୍ଣ୍ଣ ସ୍ବଚ୍ଛ ହୋଇଯାଇଥିଲା ଯେ, ପରିଶ୍ରମ ଜଣେ କରିବ ଓ ଫଳ ଆଉ ଜଣେ ଖାଇବ ।

ଓମ୍ ମାଥୁର ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ମଧ୍ୟରେ ବାରମ୍ବାର ମତଭେଦ ହେବାର ଖବର ଆସୁଛି । ଅଶୋକ ଗେହଲଟ ଜବରଦସ୍ତି ଏହାର ଅଭିଯୋଗକୁ ବିଜେପି ଉପରେ ଲଦି ଦେଉଛନ୍ତି । ବିଜେପିର ରାଜ୍ୟସଭା ସାଂସଦ କହିଛନ୍ତି ଯେ ରାଜସ୍ଥାନର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ପାଇଁ କଂଗ୍ରେସ ବିଜେପିକୁ ଦୋଷ ଦେବା ଉଚିତ୍ ନୁହେଁ। ଗେହଲଟ ସରକାର ଗଠନ ହେବା ପରଠାରୁ ଏହି ସଙ୍କଟ ଚାଲିଛି । ସଚିନ୍ ପାଇଲଟ୍ ଓ ଅଶୋକ ଗେହଲଟ ମଧ୍ୟରେ ଲଢେଇ ଏହି ସଙ୍କଟର ପ୍ରକୃତ କାରଣ ।

ABOUT THE AUTHOR

...view details