ଓଡିଶା

odisha

ବିଜେପି ସାଂସଦଙ୍କୁ ବର୍ଷେ ଜେଲଦଣ୍ଡ, 2 ହଜାର ତଣ୍ଡ

By

Published : Jan 28, 2021, 9:37 AM IST

ଗୋରଖପୁରରେ ବିଜେପି ସାଂସଦ କମଳେଶ ପାଶୱାନଙ୍କୁ ବର୍ଷେ ଜେଲଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ...

ବିଜେପି ସାଂସଦ
ବିଜେପି ସାଂସଦ

ଲକ୍ଷ୍ନୌ: ବିଜେପି ସାଂସଦ କମଳେଶ ପାଶୱାନଙ୍କୁ ବର୍ଷେ ଜେଲଦଣ୍ଡାଦେଶ ଶୁଣାଇଛନ୍ତି ଗୋରଖପୁର କୋର୍ଟ । ଏହାସହ ତାଙ୍କୁ 2 ହଜାର ତଣ୍ଡ ମଧ୍ୟ କରିଛନ୍ତି କୋର୍ଟ । 16 ବର୍ଷର ପୁରୁଣା ଏକ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି ।

16 ବର୍ଷ ତଳେ ଏକ ରେଳରୋକ କରିଥିବା ନେଇ ଏହି ମାମଲା ରୁଜୁ ହୋଇଥିଲା । ରେଳରୋକ କରିବାକୁ ଅନେକ ଯାତ୍ରୀ ହଇରାଣ ହରକତ ହୋଇଥିବା ଦର୍ଶାଇ ମାମଲା ରୁଜୁ ହୋଇଥିଲା । ତେବେ କମଳେଶ ବାନ୍ସଗାଓଁ ଲଗାତାର 3 ଥରର ବିଜେପି ସାଂସଦ ରହିଛନ୍ତି । ତେବେ ଏହି ଘଟଣା ସମୟରେ ସେ ସମାଜବାଦୀ ପାର୍ଟର ବିଧାୟକ ଥିଲେ ।

2004 ମସିହା ଡିସେମ୍ବର 18 ତାରିଖରେ ଏହି ଘଟଣା ଘଟିଥିଲା । ଯାହାର ଫୈସଲା ଜାନୁଆରୀ 27 ତାରିଖରେ ଆସିଛି । ତେବେ 2011 ମସିହା ନଭେମ୍ବର 14 ତାରିଖ ଦିନ ଏହି ମାମଲାରେ ଆରପିଏଫ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details