ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 43 ଜଣଙ୍କ ମୃତ୍ୟୁ ହେବାପରେ ଏବେ ଦିଲ୍ଲୀର ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଆଜି ପୂର୍ବଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିଜ ଉଦବେଗ ଜଣାଇବା ସହ ସମସ୍ତ ବାଣିଜିକ୍ୟ ପ୍ରତିଷ୍ଠାନ, ସ୍କୁଲ, କଲେଜର ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ।
ଦିଲ୍ଲୀ ଅଗ୍ନିକାଣ୍ଡ: ମୁଖ୍ୟସଚିବଙ୍କୁ ଚିଠି ଲେଖିଲେ ଗମ୍ଭୀର
ଅଗ୍ନିକାଣ୍ଡ ପରେ ବାଣିଜିକ୍ୟ ପ୍ରତିଷ୍ଠାନ, ସ୍କୁଲ, କଲେଜର ସୁରକ୍ଷା ପାଇଁ ସାଂସଦ ଗୌତମ ଗମ୍ଭୀରଙ୍କ ଚିଠି ।
ଗୌତମ ଗମ୍ଭୀର
ଏହାସହ ଅଗ୍ନି ନିର୍ବାପକ ଯନ୍ତ୍ରାଂଶ, ଆବଶ୍ୟକ ଅନୁମତି ସହ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସାଂସଦ ଗୌତମ ଗମ୍ଭୀର ।