ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସାରା ଦେଶରେ ସେବା ସ୍ତପାହ ଭାବରେ ପାଳନ କରିବ ବିଜେପି । ଯାହା ଶନିବାର ଅର୍ଥାତ ସେପ୍ଟେମ୍ବର 14 ରୁ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ପାର୍ଟି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିବ ।
17 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅବସରରେ ବିଜେପି କିଛି ନୂଆ କରିବାକୁ ଚେଷ୍ଟା କରିଥାଏ । ଚଳିତବର୍ଷ ମଧ୍ୟ ବିଜେପି ତାଙ୍କ ଜନ୍ମଦିନକୁ ସେବା ସପ୍ତାହ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଯାହା 6 ଦିନ ଚାଲିବ । ସେବା ସପ୍ତାହ 14 ସେପ୍ଟେମ୍ବରରୁ 20 ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରାଯିବ ।