ମୁମ୍ବାଇ: ମହାରାଷ୍ଟ୍ରରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପରେ ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ଏନସିପି କର୍ମୀମାନେ ଜୋରଦାର ବିରୋଧ ଆରମ୍ଭ କରିଛନ୍ତି। ଗତ ବୁଧବାର ବିଜେପିର ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ ଗୋପୀଚାନ୍ଦ ପଡଲକର କହିଛନ୍ତି, ଶରଦ ପାୱାର ଏକ ଏଭଳି କୋରୋନା ଯିଏ ମହାରାଷ୍ଟ୍ରକୁ ସଂକ୍ରମିତ କରିଛନ୍ତି । ଏହି ବିବାଦୀୟ ମନ୍ତବ୍ୟ ପରେ ଏନସିପି ବିଜେପିକୁ ନିନ୍ଦା କରିବା ସହ ଗୋପୀଚାନ୍ଦଙ୍କୁ ଟାର୍ଗେଟ କରିଛନ୍ତି । ଏନସିପି କାର୍ଯ୍ୟକର୍ତ୍ତା ମାନେ ବିଜେପି ବିଧାୟକଙ୍କ ବିରୋଧରେ ବହୁ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ଶରଦ ପାୱାରଙ୍କୁ ‘କୋରୋନା’ କହିଲେ ବିଜେପି ନେତା - ଗୋପୀଚାନ୍ଦ ପଡଲକର
ଗତ ବୁଧବାର ବିଜେପିର ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ ଗୋପୀଚାନ୍ଦ ପଡଲକର କହିଛନ୍ତି, ଶରଦ ପାୱାର ଏକ ଏଭଳି କୋରୋନା ଯିଏ ମହାରାଷ୍ଟ୍ରକୁ ସଂକ୍ରମିତ କରିଛନ୍ତି । ଏହି ବିବାଦୀୟ ମନ୍ତବ୍ୟ ପରେ ଏନସିପି ବିଜେପିକୁ ନିନ୍ଦା କରିବା ସହ ଗୋପୀଚାନ୍ଦଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନା ଅନୁଯାୟୀ, ଧାଙ୍ଗର ସମ୍ପ୍ରଦାୟରୁ ଆସିଥିବା ଗୋପୀଚାନ୍ଦ ଏକ ସାମ୍ବାଦିକ ସମ୍ମିଳନୀରେ ଧାଙ୍ଗର ସଂରକ୍ଷଣ ପାଇ ନଥିବାରୁ ଶରଦ ପାୱାରଙ୍କୁ ଦାୟୀ କରିଥିଲେ। ତାଙ୍କ କହିବା ଅନୁଯାୟୀ, ବିଜେପି ନିଜ ସରକାରରେ ଧାଙ୍ଗର ପାଇଁ 1000 କୋଟି ପ୍ୟାକେଜ ଘୋଷଣା କରିଥିଲା । କିନ୍ତୁ ଉଦ୍ଧବ ଠାକରେଙ୍କ ସରକାର ଧାଙ୍ଗରକୁ ଏକ ଫୁଟି କଉଡି ମଧ୍ୟ ଦେଇନାହିଁ । ଏହି ସମୟରେ ସେ ଆହୁରି ମଧ୍ୟ କହିଥିଲେ ଯେ, ଶରଦ ପାୱାର ଜଣେ ଏଭଳି କୋରୋନା ଯିଏ ମହାରାଷ୍ଟ୍ରକୁ ସଂକ୍ରମିତ କରିଛନ୍ତି। ସେ ସବୁବେଳେ ଏପରି ନିଷ୍ପତ୍ତି ନେଇଥାନ୍ତି ଯାହା ସାଧାରଣ ଲୋକଙ୍କ ବିକାଶକୁ ପ୍ରଭାବିତ କରିଥାଏ ।
ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ମୁଖପାତ୍ର ନବାବ ମଲିକ ପଡଲକରଙ୍କ ମନ୍ତବ୍ୟକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଏଭଳି ମନ୍ତବ୍ୟକୁ ଗମ୍ଭୀରତାର ସହ ନେବା ଆବଶ୍ୟକତା ନାହିଁ। ସେହିପରି ମହାରାଷ୍ଟ୍ର ବିଜେପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଗୋପୀଚାନ୍ଦ ପଡଲକରଙ୍କ ଏହି ମନ୍ତବ୍ୟକୁ ଭୁଲ୍ କରିଛନ୍ତି। ଫଡନାଭିସ୍ କହିଛନ୍ତି, ବରିଷ୍ଠ ନେତାଙ୍କୁ ଏଭଳି ମନ୍ତବ୍ୟ ଦେବା ଅନୁଚିତ। ଯଦି କେହି ବିରୋଧ କରିବାକୁ ଚାହୁଁଛନ୍ତି ତେବେ ଉଚିତ୍ ଶଦ୍ଧର ବ୍ୟବହାର କରିବା ଉଚିତ୍ ।