ଲକ୍ଷ୍ନୌ: ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂ ପୁଣି ବିବାଦ ଘେରରେ ଫଶିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ହେବାପାଇଁ ବହୁଜନ ସମାଜବାଦୀ ପାର୍ଟୀର ପ୍ରମୁଖ ମାୟାବତୀଙ୍କୁ ଆଉ ଏକ ଜନ୍ମ ନେବାକୁ ପଡିବ ।
‘ଏ ଜନ୍ମରେ ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେନି ମାୟାବତୀ’ - ମାୟାବତୀ ଏ ଜନ୍ମରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ
ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂ ପୁଣି ବିବାଦ ଘେରରେ ଫଶିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ହେବାପାଇଁ ବହୁଜନ ସମାଜବାଦୀ ପାର୍ଟୀର ପ୍ରମୁଖ ମାୟାବତୀଙ୍କୁ ଆଉ ଏକ ଜନ୍ମ ନେବାକୁ ପଡିବ ।
ଫାଇଲ ଫଟୋ
ଏଥିସହ ସେ କହିଛନ୍ତି, ମାୟାବତୀ ବିଜେପି ପାଇଁ ତିନି ଥର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । କିନ୍ତୁ ଏବେ ବିଜେପିକୁ ବିରୋଧ କରିବା ତାଙ୍କ ଜୀବନର ମୂଳ ଲକ୍ଷ ହୋଇଗଲାଣି । ତେବେ ବିଜେପି ଯଦି ତାଙ୍କୁ ସମର୍ଥନ ନକରିଥାନ୍ତା ତେବେ ହୁଏତ ସେ କେବେ ମୁଖ୍ୟମନ୍ତ୍ରୀ ହୋଇପାରି ନଥାନ୍ତେ ।
ତେବେ ବିଧାୟକ ସୁରେନ୍ଦ୍ର ସିଂ କେବଳ ମାୟାବତୀଙ୍କୁ ଟାର୍ଗେଟ କରିଛନ୍ତି ତାହା ନୁହେଁ ସେ କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି, ସେ କହିଛନ୍ତି ସୋନିଆ ଗାନ୍ଧୀଙ୍କୁ ରାଜଧର୍ମର କୌଣସି ଜ୍ଞାନ ନାହିଁ ।