ରାଜକୋଟ: ସର୍ବସାଧାରଣରେ ଛେପ ପକାଇ ଅଡୁଆରେ ବିଜେପି ବିଧାୟକ । ରାଜକୋଟର ବିଜେପି ବିଧାୟକ ଅରିବନ୍ଦ ରାୟାନ ଲୋକଙ୍କ ପାଇଁ ରନ୍ଧା ଯାଉଥିବା ରୋଷେଇ ଘରେ ଛେପ ପକାଉଥିବାର ଏକ ଭିଡିଓଟି ଏବେ ଭାଇରାଲ ହୋଇଛି । ଯାହାକୁ ନେଇ ବିବାଦ ଦେଖାଦେଇଛି ।
ସର୍ବସାଧାରଣ ରୋଷେଇ ଶାଳାରେ ଛେପ ପକାଇ ଫାଇନ ଗଣିଲେ ବିଧାୟକ - ଛେପ ପକାଇ ଫାଇନ ଗଣିଲେ ବିଧାୟକ
ଅଡୁଆରେ ବିଜେପି ବିଧାୟକ । ସର୍ବସାଧାରଣ ରୋଷେଇ ଶାଳାରେ ଛେପ ପକାଇବା ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...
ସର୍ବସାଧାରଣ ରୋଷେଇ ଶାଳାରେ ଛେପ ପକାଇ ଫାଇନ ଗଣିଲେ ବିଧାୟକ
କୋରୋନା ସଂକ୍ରମଣ ବ୍ୟାପୁଥିବା ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଗାଇଡଲାଇନ ଜାରି ହୋଇଛି । ଯେଉଁଥିରେ ସର୍ବସାଧାରଣ କିମ୍ବା ରାସ୍ତା ଘାଟରେ ଛେପ ପକାଇବାକୁ ବାରଣ କରାଯାଇଛି । ବିଜେପି ବିଧାୟକଙ୍କ ଏଭଳି ଆଚରଣକୁ ନେଇ ସୋସିଆଲ ମିଡିଆରେ ବେଶ ସମାଲୋଚନା କରାଯାଇଛି । ଏପରିକି ବିଜେପି ବିଧ୍ୟାୟକଙ୍କୁ ଦଣ୍ଡ ଦେବାକୁ ମଧ୍ୟ ଦାବି ହୋଇଥିଲେ ।
ଏହା ପରେ ବିଧାୟକ ଅରବିନ୍ଦ କ୍ଷମା ମାଗିବା ସହ 500 ଟଙ୍କା ଫାଇନ ଭରିଛନ୍ତି । ସେ କହିଛନ୍ତି ସେ ତାଙ୍କ ନିଜ ଜାଗାରେ ଛେପ ପକାଇଛନ୍ତି ଏହା କୌଣସି ସରକାରୀ ପରିସର କିମ୍ବା ରାସ୍ତା ନୁହେଁ ।