ଲକ୍ଷ୍ନୌ: ବିଏସପି ବିଧାୟକ ମୁଖତାର ଅନସାରୀଙ୍କୁ ସହାୟତା ନକରିବାକୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚିଠି ଲେଖିଛନ୍ତି ବିଜେପି ବିଧାୟିକା ତଥା ସ୍ବର୍ଗତ ବିଧାୟକ କୃଷ୍ଣାନନ୍ଦ ରାଏଙ୍କ ବିଧବା ପତ୍ନୀ ଅଲକା ରାଏ । ପଞ୍ଜାବର ମୋହାଲି ଜେଲରେ ଥିବା ଅନସାରୀଙ୍କୁ କୌଣସି ପ୍ରକାର ସହାୟତା ନଦେବାକୁ ଅଲକା ଚିଠିରେ ଉଲ୍ଲେଖ କରିଛନ୍ତି ।
ଅନସାରୀ ଉପରେ 2005 ମସିହାରେ କୃଷ୍ଣାନନ୍ଦଙ୍କୁ ହତ୍ୟା କରିବାର ଅଭିଯୋଗ ରହିଛି । ପରବର୍ତ୍ତୀ ସମୟରେ ପ୍ରମାଣ ଅଭାବରୁ ସେ ଅଦାଲତରୁ ଦୋଷମୁକ୍ତ ହୋଇଛନ୍ତି । ତେବେ ସେ ଏବେ ପଞ୍ଜାବର ମୋହାଲି ଜେଲରେ ଅଛନ୍ତି । ଆମେ 14 ବର୍ଷ ହେବ ନ୍ୟାୟ ପାଇଁ ଲଢୁଛୁ ବୋଲି ଚିଠିରେ ଦର୍ଶାଇଛନ୍ତି ଅଲକା ।