ଓଡିଶା

odisha

ETV Bharat / bharat

ନିଜ ଦେଶକୁ ଫେରି ଯିବା ପାଇଁ ରୋହିଙ୍ଗ୍ୟାଙ୍କୁ ବିଜେପି ବିଧାୟକଙ୍କ ଚେତାବନୀ - CAA in ghaziabad

ଗାଜିଆବାଦ ଲୋନୀ ନିର୍ବାଚନମଣ୍ଡଳୀରେ ସିଏଏ ସମର୍ଥନରେ ଆୟୋଜିତ ରାଲିରେ ଯୋଗ ଦେଇ ରୋହିଙ୍ଗ୍ୟାଙ୍କୁ ଚେତାବନୀ ଦେଇଛନ୍ତି ବିଜେପି ବିଧାୟକ ନନ୍ଦ କିଶୋର। ଭାରତରେ ରହୁଥିବା ରୋହିଙ୍ଗ୍ୟା, ନିଜ ଦେଶକୁ ଚାଲିଯାନ୍ତୁ ବୋଲି କହିଛନ୍ତି ସେ। ଅଧିକ ପଢନ୍ତୁ...

ରୋହିଙ୍ଗ୍ୟାଙ୍କୁ ବିଜେପି ବିଧାୟକଙ୍କ ଚେତାବନୀ, କହିଲେ- ନିଜ ଦେଶକୁ ଫେରିଯାଅ
ରୋହିଙ୍ଗ୍ୟାଙ୍କୁ ବିଜେପି ବିଧାୟକଙ୍କ ଚେତାବନୀ, କହିଲେ- ନିଜ ଦେଶକୁ ଫେରିଯାଅ

By

Published : Jan 19, 2020, 7:47 PM IST

ଗାଜିଆବାଦ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ବିଭିନ୍ନ ଭାଗରେ ଚାଲିଥିବା ବିରୋଧ ମଧ୍ୟରେ ଖୋଲାମଞ୍ଚରୁ ରୋହିଙ୍ଗ୍ୟାଙ୍କୁ ଚେତାବନୀ ଦେଇଛନ୍ତି ବିଜେପି ବିଧାୟକ। ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଲୋନୀ ନିର୍ବାଚନମଣ୍ଡଳୀରେ ସିଏଏ ସମର୍ଥନରେ ଆୟୋଜିତ ହୋଇଥିବା ରାଲିରେ ଯୋଗ ଦେଇଛନ୍ତି ସ୍ଥାନୀୟ ବିଧାୟକ ନନ୍ଦକିଶୋର ଗୁର୍ଜର।

ଭାରତରେ ରହୁଥିବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ନିଜ ଦେଶକୁ ଚାଲିଯାନ୍ତୁ ବୋଲି କହିଛନ୍ତି ଲୋନୀ ବିଧାୟକ ନନ୍ଦକିଶୋର ଗୁର୍ଜର। ଏହା ସହିତ ବାହାରର ଲୋକଙ୍କୁ ଏଠାରେ ରହିବାକୁ ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

ରୋହିଙ୍ଗ୍ୟାଙ୍କୁ ବିଜେପି ବିଧାୟକଙ୍କ ଚେତାବନୀ, କହିଲେ- ନିଜ ଦେଶକୁ ଫେରିଯାଅ

ବିଧାୟକ କହିଛନ୍ତି ଯେ, ସିଏଏ ବିରୁଦ୍ଧରେ ଗୁଜବ ପ୍ରଚାର କରୁଛନ୍ତି। ଲୋକେ ପାକିସ୍ତାନର ଜିନ୍ଦାବାଦ ନାରା ଦେଉଛନ୍ତି। ସେମାନେ ଏବେ ଭାରତରେ ରହିପାରିବେ ନାହିଁ। ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ବିଜେପି ପକ୍ଷରୁ ଜନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ବିଜେପିର ନେତା ମନ୍ତ୍ରୀ ଦଳୀୟ କର୍ମକର୍ତ୍ତା ସାମିଲ ହୋଇ ସିଏଏ ସମ୍ପର୍କରେ ଘର ଘର ବୁଲି ଲୋକଙ୍କୁ ବୁଝାଉଛନ୍ତି।

ABOUT THE AUTHOR

...view details