ଓଡିଶା

odisha

ETV Bharat / bharat

CAA ଓ NRC ବିରୋଧୀଙ୍କୁ ଘଣ୍ଟାଏରେ ସଫା କରାଯାଇପାରିବ: ବିଜେପି ବିଧାୟକ - ହରିୟାଣାର କୈଥଲରେ ସିଏଏକୁ ସମର୍ଥନ

ହରିୟାଣାର କୈଥଲରେ ନାଗରିକତା ସଂଶୋଧନ ଆଇନକୁ ନେଇ ସମର୍ଥନ ସଭା ଆୟଜିତ ହୋଇଯାଇଛି । ଏଥିରେ କୈଥଲର ବିଜେପି ବିଧାୟକ ଲୀଲା ରାମ ଗୁର୍ଜର କହିଛନ୍ତି ଯେ ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି ସେମାନଙ୍କୁ ଗୋଟେ ଘଣ୍ଟା ଭିତରେ ସଫା କରାଯାଇପାରିବ ।

ସିଏଏ ଓ ଏନଆରସି ବିରୋଧୀଙ୍କୁ ଘଣ୍ଟାଏରେ କରାଯାଇପାରିବ ସଫା
ସିଏଏ ଓ ଏନଆରସି ବିରୋଧୀଙ୍କୁ ଘଣ୍ଟାଏରେ କରାଯାଇପାରିବ ସଫା

By

Published : Dec 25, 2019, 10:08 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରାଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ କିଛି ଲୋକେ ଏହାକୁ ସମର୍ଥନ କରି ଶୋଭାଯାତ୍ରା କରିଛନ୍ତି । ଏହି କ୍ରମରେ ହରିୟାଣାର କୈଥଲର ବିଜେପି ବିଧାୟକ ଲୀଲା ରାମ ଗୁର୍ଜର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି ସେମାନଙ୍କୁ ଗୋଟେ ଘଣ୍ଟା ଭିତରେ ସଫା କରାଯାଇପାରିବ ।

କୈଥଲର ପିହୋୱା ଛକରେ ଏକ ଜନସଭା ଆୟୋଜନ କରାଯାଇଥିଲା । ଏହି ଜନସଭାରେ ବିଧାୟକ ଲୀଲା ରାମ ଗୁର୍ଜର କହିଥିଲେ, ‘ଆଜିର ଭାରତ ଜବାହାରଲାଲ ନେହରୁଙ୍କର ନୁହେଁ, ଆଜିର ଏହି ହିନ୍ଦୁସ୍ତାନ ଗାନ୍ଧୀଙ୍କର ମଧ୍ୟ ନୁହେଁ ବରଂ ଆଜିର ଏହି ହିନ୍ଦୁସ୍ତାନ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କର ଅଟେ । ସୋସିଆଲ ମିଡିଆ ଏବଂ ଟିଭି, ଗଣମାଧ୍ୟମ ଜରିଆରେ କିଛି ଲୋକେ ଧମକଚମକ ଦେଉଛନ୍ତି । ଯଦି ମୋଦିଙ୍କର ଟିକେ ବି ଅନୁମତି ମିଳିଯାଏ ତେବେ ଗୋଟେ ଘଣ୍ଟା ଭିତରେ ସମସ୍ତ ବିରୋଧୀଙ୍କୁ ସଫା କରିଦିଆଯିବ ।’

ସେପଟେ ଆୟୋଜିତ ଶୋଭାରେ ଉପସ୍ଥିତ ଥିବା ବକ୍ତାମାନେ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଏକ ଐତିହାସିକ ନିର୍ଣ୍ଣୟ ଭାବେ ପ୍ରମାଣିତ ହେବ । ଏହି ଆଇନକୁ ଜାଣିବା ପାଇଁ ସର୍ବ ପ୍ରଥମେ ଏହାକୁ ପଢିବା ଆବଶ୍ୟକ, କିନ୍ତୁ କିଛି ଅସାମାଜିତ ତତ୍ତ୍ବ ସୋସିଆଲ ମିଡିଆ ଏବଂ ଅନ୍ୟ ମାଧ୍ୟମ ଦ୍ବାରା ଲୋକଙ୍କୁ ଭ୍ରମିତ କରାଯାଉଛି ।

ABOUT THE AUTHOR

...view details