ଭୋପାଳ: ମଧ୍ୟପ୍ରଦେଶ ଉପ-ନିର୍ବାଚନ ଫଳାଫଳକୁ ନେଇ ବିଜେପି ଉପରେ ବର୍ଷିଲେ କଂଗ୍ରେସ ନେତା ସାଜ୍ଜନ ସିଂହ ବର୍ମା । କଂଗ୍ରେସ ପ୍ରତି ଲୋକଙ୍କ ବିପୁଳ ସମର୍ଥନ ରହିଥିଲା । ଲୋକଙ୍କ କଂଗ୍ରେସ ପ୍ରତି ଆସ୍ଥା ଓ ସମର୍ଥନ ଦେଖି ଦଳ ନିର୍ଦ୍ବନ୍ଦରେ ବିଜୟ ପାଇବା ସୁନିଶ୍ଚିତ ଥିଲା । ମାତ୍ର ବିଜେପି ଇଭିଏମର ଦୂରୁପୋଯୋଗ କରି କ୍ଷମତା ହାତେଇଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ।
ସେ କହିଛନ୍ତି, ବିହାର ଓ ମଧ୍ୟପ୍ରଦେଶରେ ବିଜେପି ସେମାନଙ୍କ ସପକ୍ଷରେ ଇଭିଏମର ଅପବ୍ୟବହାର କରିଛି । ନଚେତ ବିହାରରେ ତେଜସ୍ବୀ ଯାଦବ ଓ ମଧ୍ୟପ୍ରଦେଶରେ କମଲନାଥଙ୍କ ପ୍ରତି ଲୋକଙ୍କ ସମର୍ଥନ ତାଙ୍କର ସୁନିଶ୍ଚତ ବିଜୟକୁ ସୂଚାଉଥିଲା । ତେଣୁ ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରିବାକୁ ସାଜ୍ଜନ ଦାବି କରିଛନ୍ତି । ଆମେରିକା, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ବିକଶିତ ରାଷ୍ଟ୍ରମାନଙ୍କରେ ଇଭିଏମର ବ୍ୟବହାର ବନ୍ଦ କରାଯାଇଥିବା ବେଳେ ଆମେ କାହିଁକି ବନ୍ଦ କରୁନାହୁଁ ? ଯେଉଁଦିନ ନିର୍ବାଚନରେ ବାଲାଟ ପେପରର ବ୍ୟବହାର ହେବ ସେଦିନ ହିଁ ବିଜେପି ନିଜର ଔକାତ ଜାଣିବ ବୋଲି ସାଜ୍ଜନ ପ୍ରତିକ୍ରିୟା ରଖିଛନ୍ତି ।