ପୁନେ: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସିଚିନ ପାଇଲଟ କହିଛନ୍ତି ବିଜେପିକୁ ସମର୍ଥନ କରୁଥିବା ଦଳ ମଧ୍ୟ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ପାଇଁ ଅନିଚ୍ଛୁକ ବୋଲି ପ୍ରକାଶ କରିଛନ୍ତି ।
ବିଜେପିକୁ ସମର୍ଥନ କରୁଥିବା ଦଳ ଏନଆରସି ସପକ୍ଷରେ ନୁହେଁ: ସଚିନ ପାଇଲଟ - ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
କେନ୍ଦ୍ର ସରକାରକୁ ସମର୍ଥନ କରୁଥିବା ଦଳ ମଧ୍ୟ ସିଏଏ ଓ ଏନଆରସି ପାଇଁ ଅନିଚ୍ଛୁକ ବୋଲି ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସିଚିନ ପାଇଲଟ କହିଛନ୍ତି ।
କେନ୍ଦ୍ର ସରକାରକୁ ସମର୍ଥନ କରୁଥିବା ବିହାର ସରକାର ଏନଆରସି ରାଜ୍ୟରେ ଲାଗୁ କରିବା ପାଇଁ ମନା କରିଛନ୍ତି । ମହାରାଷ୍ଟ୍ରରେ ଏକ ଗଣମାଧ୍ୟମରେ କହିଛନ୍ତି ଯେତେବେଳେ ବିଜେପିକୁ ସମର୍ଥନ କରୁଥିବା ଦଳ ଏନଆରସିକୁ ମନା କରୁଥିବା ବେଳେ ଏହା ଆମେ କିପରି କରିବୁ ? ଏହି ଆଇନ ରାଜସ୍ଥାନରେ ଲାଗୁ କରାଯିବ ନାହିଁ ବୋଲି ପାଇଲଟ କହିଛନ୍ତି ।
ନିକଟରେ ଶେଷ ହୋଇଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପାଇଲଟ ବିଜେପି ପରାଜୟକୁ ଦେଶବାସୀ ଦର୍ପଣ ଦେଖାଇଛନ୍ତି ବୋଲି କଟାକ୍ଷ କରିଛନ୍ତି । ଆସନ୍ତା ଦିନରେ ଦେଶବାସୀ ଶାସନ ପରିବର୍ତ୍ତନ ଚାହୁଁଛନ୍ତି । ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଯେ, ବିଜେପିକୁ ସମର୍ଥନ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏନଆରସି ଲାଗୁ କରିବା ପାଇଁ ମନାକରିଛନ୍ତି ।