ଓଡିଶା

odisha

ETV Bharat / bharat

50-50 ପ୍ଲାନ ଫ୍ଲପ, ବିଜେପି ନେତୃତ୍ତ୍ବରେ ଚାଲିବ ସରକାର! - କର୍ଣ୍ଣାଟକ ବର୍ତ୍ତମାନ ରାଜନୀତି

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନାର 50-50 ପ୍ଲାନକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ଚ୍ୟାଲେଞ୍ଜ। ବଡ ଦଳ ହୋଇଥିବାରୁ ବିଜେପି ସରକାର ଚଳାଇବ ବୋଲି ସଙ୍କେତ ଦେଇଛନ୍ତି ସେ।

ଡିଜାଇନ ଫଟୋ

By

Published : Oct 27, 2019, 6:33 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ଜାରି ରହିଛି । ଶିବସେନା ଆଗାମୀ ପାଞ୍ଚ ବର୍ଷର କାର୍ଯ୍ୟକାଳରେ ଅଢେଇ ବର୍ଷ ନେତୃତ୍ତ୍ବର ଦାବୀ ନେଇ ନିଜ ଜିଦରେ ଅଟଳ ରହିଛି । ଶନିବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ବିଧାୟକଙ୍କ ସହ ବୈଠକ କରିଥିଲେ। ବୈଠକରେ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଦାବି ଉଠିଥିଲା । ଏହାସହ ଉଦ୍ଧବ 50-50 ଫର୍ମୁଲାର ବିଷୟ ଉଠାଇବା ସହ ଏହାର ଲିଖିତ ଆଶ୍ବାସନ ବିଜେପିକୁ ମାଗିଥିବା ସୂଚନା ମିଳିଛି ।

ଶିବସେନା ବୈଠକ ପରେ ବିଜେପି ନିର୍ବାଚନରେ ସବୁଠୁ ବଡ ଦଳ ହୋଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୋର ଦେଇ କହିଛନ୍ତି । ଏହାସହ ବିଜେପି ନେତୃତ୍ତ୍ବାଧିନ ମେଣ୍ଟ ରାଜ୍ୟକୁ ଏକ ସ୍ଥିର ସରକାର ଦେବ ବୋଲି କହିଛନ୍ତି । ସରକାର ଗଠନ ପ୍ରକ୍ରିୟା ଦୀପାବଳି ପରେ ଆରମ୍ଭ ହେବ ବୋଲି କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ସମୟରେ ସେ ପ୍ରତିକ୍ରୟା ରଖିଛନ୍ତି।

ବିଜେପିର ସ୍ଟ୍ରାଇକ ରେଟ 2014ରୁ ଭଲ ଥବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି । ସେ କହିଛନ୍ତି ଯେ ବିଜେପି 2014ରେ 260 ଆସନରେ ନିର୍ବାଚନ ଲଢି 47 ପ୍ରତିଶତ ଆସନ ଜିତିଥିଲା । ଏହା ମୋଟ ମତର 28 ପ୍ରତିଶତ ଥିଲା । ହେଲେ 2019ରେ ବିଜେପି 150 ଆସନରେ ନିର୍ବାଚନ ଲଢି 70 ପ୍ରତିଶତ ଆସନ ଜିତିବା ସହ ମୋଟ ମତର 26 ପ୍ରତିଶତ ରହିଛି ।

ABOUT THE AUTHOR

...view details