ଓଡିଶା

odisha

By

Published : Feb 1, 2021, 6:34 PM IST

ETV Bharat / bharat

ବଜେଟ 2021: ସାଧାରଣ ଜନତାଙ୍କ ବିଶ୍ବାସ ଜିତିବ ବଜେଟ୍

ବଜେଟକୁ ନେଇ ଜାଣନ୍ତୁ କଣ ରହିଛି ବିଜେପିର ବଡ ନେତା ଓ ମନ୍ତ୍ରୀଙ୍କ ପ୍ରତିକ୍ରିୟା...

ବଜେଟ 2021: ସାଧାରଣ ଜନତାଙ୍କ ବିଶ୍ବାସ ଜିତିବ ବିଜେପି !
ବଜେଟ 2021: ସାଧାରଣ ଜନତାଙ୍କ ବିଶ୍ବାସ ଜିତିବ ବିଜେପି !

ନୂଆଦିଲ୍ଲୀ: ସଂସଦରେ ଆଗତ ହୋଇସାରିଛି ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ । ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟରେ ବିକାଶର ବିଶ୍ବାସ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ମହାମାରୀ କୋରୋନା ସଙ୍କଟ ସମୟରେ ଆସିଥିବା ବଜେଟକୁ ନେଇ ବିଭିନ୍ନ ମହଲରୁ ସକାରାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ବଜେଟ ଆତ୍ମନିର୍ଭର ଭାରତକୁ ବୁଷ୍ଟର ପ୍ରଦାନ କରିବ ବୋଲି ଜୋର ଦେଇଛି ବିଜେପି ।

ବଜେଟ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଅର୍ଥନୀତିକୁ ତ୍ବରାନ୍ବିତ କରିବାକୁ, ଆମେ ଗୁଣାତ୍ମକ ଭାବରେ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ଅଧୀନରେ ଚାହିଦା ବୃଦ୍ଧି ପାଇଁ ଭିତ୍ତିଭୂମିରେ ବୃହତ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ବିଜେପ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଏହି ବଜେଟ ସମସ୍ତ ବର୍ଗ, ଯୁବ, ବୟସ୍କ, ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରର ଶ୍ରମିକ, କ୍ଷୂଦ୍ର ଉଦ୍ୟୋଗଗୁଡିକର ଆଶା ଓ ଆକାଂକ୍ଷାକୁ ପୁରା କରିବା ଭଳି ବଜେଟ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ସାଧାରଣ ବଜେଟ ଇତିହାସରେ ବର୍ତ୍ତମାନ ସୁଦ୍ଧା ଏପରି ବଜେଟ, ଯାଉଁଥିରେ ଇନଫ୍ରାଷ୍ଟ୍ରକଚରକୁ ପ୍ରାଥମିକତା ଦିଆଯାଇଛି । ଇନଫ୍ରାଷ୍ଟ୍ରକଚର ନିର୍ମାଣ କାରଣରୁ ଅନ୍ୟ ସେକ୍ଟରରେ ମଧ୍ୟ ଲାଭ ହେବ ବୋଲି କହିଛନ୍ତି ଗଡକରୀ ।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ କହିଛନ୍ତି, ଏହି ବଜେଟ ଆତ୍ମନିର୍ଭର ଭାରତ ଗଠନରେ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ । କୋରୋନା ମହାମାରୀ ପରେ ଜିଡିପି ବଢାଇବା ପାଇଁ ଯେଉଁ ସବୁ ପଦକ୍ଷେପ ଉଠାଯାଇଛି, ଏସବୁର ଆବଶ୍ୟକତା ଥିଲା ।

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି , କରୋନା ମହାମାରୀ ସମୟରେ ଏଭଳି ବଜେଟ ଦିଆଯାଇଛି ଯେ ଏହାକୁ କେହି ବିରୋଧ କରିପାରିବେ ନାହିଁ। ଯଦି କେହି ବିରୋଧ କରନ୍ତି, ଏହା ରାଜନୈତିକ ଅଟେ | ଆମେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଗତି କରୁଛୁ। କୋରୋନା କାରଣରୁ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିଲା କିନ୍ତୁ ବଜେଟ ଆବଣ୍ଟନ ହ୍ରାସ ପାଇଲା ନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଏହି ବଜେଟରେ ଚାଷୀମାନେ 16.5 ଲକ୍ଷ କୋଟି ଟଙ୍କା ଋଣ ପାଇବେ। 1 ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପାଣ୍ଠିରେ ଏପିଏମସି ଅନ୍ତର୍ଭୂକ୍ତ କରାଯାଇଛି, ଏଥିପାଇଁ ଏପିଏମସିକୁ ସଶକ୍ତ କରାଯିବ । ବଡ ଭିତ୍ତିଭୂମି ସେଠାରେ ଛିଡା ହୋଇପାରିବ ବୋଲି କୃଷିମନ୍ତ୍ରୀ କହିଛନ୍ତି ।

ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ମନବ ସମାଜ ପାଇଁ ଆତ୍ମନିର୍ଭର ଭାରତର ଉପହାର ସ୍ବଦେଶୀ କୋଭିଡ ଭ୍ୟାକ୍ସିନ ହେତୁ ବଜେଟରେ 35 ହଜାର କୋଟି ଘୋଷଣା ସର୍ବେ ସନ୍ତୁ ନିରାମୟା ଭାବନାର ଉଦାହରଣ । ସୁସ୍ଥ ଭାରତ ପାଇଁ ସମର୍ପିତ ଏହି ନିର୍ଣ୍ଣୟ ହେତୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯୋଗୀ ।

ABOUT THE AUTHOR

...view details