ଭୋପାଳ: ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନଙ୍କ ସମେତ ବିଜେପି ନେତା ଗୋପାଲ ଭାର୍ଗଭ, ନରୋତ୍ତମ ମିଶ୍ର ଓ ଭୂପେନ୍ଦ୍ର ସିଂହ । ବିଜେପି ନେତାମାନେ ରାଜ୍ୟପାଲଙ୍କୁ ସାକ୍ଷାତ କରି ବିଧାନସଭାରେ ଶକ୍ତି ପରୀକ୍ଷା କରାଇବାକୁ ଦାବି ଜଣାଇଛନ୍ତି ।
ବିଜେପିର ଏହି ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଏକ ଚିଠି ହସ୍ତାନ୍ତର କରି 16 ତାରିଖ ପୂର୍ବରୁ ଏକ ବିଧାସଭା ଅଧିବେଶନ ଡକାଇ ମହୁମତ ପରୀକ୍ଷଣ ପାଇଁ ଦାବି କରିଛନ୍ତି । ଏହାସହ ବହୁମତ ପରୀକ୍ଷଣକୁ ଭିଡିଓଗ୍ରାଫି କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ବିଜେପି ନେତା ।