ଓଡିଶା

odisha

ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ, ମୈଦାନରେ ଦଳୀୟ ମଙ୍ଗୁଆଳଙ୍କ ଜମାଣିଆ ପ୍ରଚାର - ଦିଲ୍ଲୀ ବିଧାନସଭା ନିର୍ବାଚନ

ଆଜି ଦିଲ୍ଲୀର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପି ନେତା ଅମିତ ଶାହା,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା। ଅଧିକ ଖବର ପଢନ୍ତୁ...

delhi election
ଦିଲ୍ଲୀ ବିଧାନସଭା ନିର୍ବାଚନ,ମୌଦାନରେ ଦଳ ମଙ୍ଗୁଆଳଙ୍କ ଜମାଣିଆ ପ୍ରଚାର

By

Published : Feb 2, 2020, 2:47 PM IST

ନୂଆଦିଲ୍ଲୀ: ଫେବୃୟାରୀ 8ରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ଦଳୀୟ ନେତା। ସବୁ ଦଳ ନିର୍ବାଚନୀ ବୈତରଣୀ ପାରି ହେବାକୁ ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି।

ରବିବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା। ବିଜେପିର ଏହି ତୁଙ୍ଗ ନେତା ଦିଲ୍ଲୀର ବିଭିନ୍ନ ସ୍ଥାନରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଆଜି ଦିଲ୍ଲୀରେ ଆୟୋଜିତ ଦୁଇଟି ଜନସଭାକୁ ସମ୍ବୋଧିତ କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୀରାଡି, ମୁନ୍ଦକାରର ଆଦି ସ୍ଥାନରେ ରାଲି କରିବେ।

ଆଜି ଅମିତ ଶାହ ‘ଡୋର୍‌ ଟୁ ଡୋର୍‌’ କ୍ୟାମ୍ପେନିଂ ଦିଲ୍ଲୀର କ୍ୟାଣ୍ଟ ଅଞ୍ଚଳରେ କରିବେ। ଯାହା ମହା ଜନ ସମ୍ପର୍କ ଅଭିଯାନ ମଧ୍ୟରେ ଆସୁଛି। ଏହାପରେ ସନ୍ଧ୍ୟା 7ଟାରେ ସେ ବୁରାଡୀରେ ଆୟୋଜିତ ରାଲିକୁ ସମ୍ବୋଧିତ କରିବେ।

ABOUT THE AUTHOR

...view details