ଜୟପୁର: କୋରୋନା ଯୋଗୁଁ ସାରାଦେଶରେ ଲକଡାଉନ ଜାରି ରହିଛି । ଏପରି ସ୍ଥଳରେ ଗରିବ, ଅସହାୟ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ସମାଜରେ ଏପରି କିଛି ଲୋକେ ଅଛନ୍ତି ଯେଉଁମାନେ ସ୍ବଇଚ୍ଛାରେ ଏହି ଅସହାୟ ଲୋକଙ୍କୁ ଖାଦ୍ୟ ବାଣ୍ଟି ସେବା କରୁଛନ୍ତି । ଅପରପକ୍ଷେ ସେହି ସମାଜରେ ଏପରି କିଛି ଲୋକେ ଅଛନ୍ତି ସେମାନେ ଅସାମାଜିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଉତ୍ତରପ୍ରଦେଶର ଜୌନପୁରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏଠାରେ ସାଧାରଣ ଜନତା ନୁହେଁ ବରଂ ଜଣେ ବିଜେପି ନେତା ବେଆଇନ ଭାବେ ମଦ ବିକ୍ରି କରୁଥିବା ପୋଲିସକୁ ଖବର ମିଳିବା ପରେ ପୋଲିସ ମଦ ବିକ୍ରି ହେଉଥିବା ସ୍ଥାନକୁ ଯାଇ ଚଢାଉ କରିଥିଲା ।
ଉକ୍ତ ଥାନା ଅଞ୍ଚଳର ପଞ୍ଜାବୀ କଲୋନୀରେ ବିଜେପି ନେତା ଏପରି ବେଆଇନ କାମ କରୁଥିବା ପୋଲିସକୁ ଅଭିଯୋଗ ଆସିଥିଲା । ପରେ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ସନ୍ଧ୍ୟାରେ ବିଜେପି ନେତାଙ୍କ ଘରେ ମଦ ବିକ୍ରି କରୁଥିବା ପୋଲିସ ହାତରେ ଧରାପଡିଥିଲା । ଘରୁ 2 ବ୍ୟାଗ ବେଆଇନ ମଦ ଜବତ କରାଯାଇଥିଲା । ସେପଟେ ଅଭିଯୋଗକାରୀଙ୍କୁ ଉକ୍ତ ବିଜେପି ନେତା ଧମକ ଦେଉଥିବା ମଧ୍ୟ ଜଣାପଡିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।