ପାଟନା: ଭାଙ୍ଗି ଯାଇପାରେ ବିହାରରେ ମେଣ୍ଟ ସରକାର । ଏକଥା ଆମେ ନୁହେଁ କେଉଁଠି ନା କେଉଁଠି ଆଭାସ ଦେଉଛି ବିଜେପି । କାରଣ ଆଜି ବିଜେପିର ବରିଷ୍ଠ ନେତା ସଞ୍ଜୟ ପାଶୱାନ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ବିହାରରେ ରାଜନୀତି ଜୋର ଧରିଲାଣି । ପାଶୱାନ ଏବେ ବିହାରର ମୁଖ୍ୟମନ୍ତ୍ରୀ ପଦ ବିଜେପି ହାତକୁ ଟେକି ଦିଅନ୍ତୁ ବୋଲି କହିଛନ୍ତି।
ସେ କହିଛନ୍ତି, ନୀତିଶ ସରକାର ଦୀର୍ଘ 15 ବର୍ଷ ହେଲା ସେହି ଆସନରେ ଅଛନ୍ତି ତେବେ ପ୍ରଥମ ସୁଯୋଗ ବିଜେପିକୁ ଦିଆଯାଉ ବୋଲି କହିଛନ୍ତି ବିଜେପି ନେତା ସଞ୍ଜୟ ପାଶୱାନ । 15 ବର୍ଷ ଧରି ଲୋକ ନୀତିଶ ସରକାର ଉପରେ ଭରଷା କରି ଆସିଛନ୍ତି ତେବେ ଏହାକୁ ପରିବର୍ତ୍ତନ କରାଯାଇ ବିଜେପିକୁ ଥରେ ସୁଯୋଗ ଦିଆଯାଉ ବୋଲି ସେ କହିଛନ୍ତି ।