ଓଡିଶା

odisha

ETV Bharat / bharat

'ବିଜେପି କ୍ଷମତାକୁ ଆସିଲେ 1ଘଣ୍ଟାରେ ଶେଷ ହେବ ଶାହିନବାଗ୍‌ ପ୍ରଦର୍ଶନ' - rabindra raina on shaeen bag protest

ଜମ୍ମୁ କଶ୍ମୀରର ବିଜେପି ଅଧ୍ୟକ୍ଷ ରବିନ୍ଦ୍ର ରାଇନା ଶାହିନବାଗ୍‌ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଦିଲ୍ଲୀରେ ଦଳ କ୍ଷମତାକୁ ଆସିଲେ ଆସିଲେ ଶାହିନବାଗ୍‌ରେ ଚାଲିଥିବା ପ୍ରଦର୍ଶନ 1 ଘଣ୍ଟା ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

bjp leader rabindra raina
ଜମ୍ମୁ-କାଶ୍ମୀରର ବିଜେପି ଅଧ୍ୟକ୍ଷ ରବିନ୍ଦ୍ର ରାଇନା

By

Published : Jan 31, 2020, 12:50 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ବୟାନ ବାଜି ମଧ୍ୟ ସେତେ ବଢିବାରେ ଲାଗିଛି । ଖାସ କରି ଦିଲ୍ଲୀର ଶାହିନବାଗ୍‌ରେ ଜାରି ରହିଥିବା ପ୍ରଦର୍ଶନକୁ ନେଇ ଆରୋପ-ପ୍ରତ୍ୟରୋପରେ ମାତିଛନ୍ତି ବିଭିନ୍ନ ଦଳର ନେତା । ଏହି କ୍ରମରେ ଦିଲ୍ଲୀରେ ନିର୍ବାଚନୀ ପ୍ରଚାର କରୁଥିବା ଜମ୍ମୁ କଶ୍ମୀର ବିଜେପି ଅଧ୍ୟକ୍ଷ ରବିନ୍ଦ୍ର ରାଇନା ଶାହିନବାଗ୍‌ରେ ଚାଲିଥିବା ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ଆସିଲେ ପ୍ରାୟ ଦେଢ ମାସ ଧରି ଶାହିନବାଗ୍‌ ଚାଲିଥିବା ପ୍ରଦର୍ଶନକୁ 1 ଘଣ୍ଟା ମଧ୍ୟରେ ଶେଷ କରାଯିବ।

ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଶାହିନବାଗ୍‌ରେ ପାକିସ୍ତାନର ନାରାବାଜି ହେଉଛି । ସେମାନଙ୍କୁ ଜିନ୍ନାଙ୍କ ଯାଦୁର ଆବଶ୍ୟକତା ରହିଛି । ଏହାର ଜବାବ ତାଙ୍କୁ ଦିଲ୍ଲୀବାସୀ ଦେବେ । ଫେବୃଆରୀ 8ରେ ଦିଲ୍ଲୀ ଜନତା ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବେ । ପଦ୍ମ ଚିହ୍ନରେ ଭୋଟ ଦେଇ ବିଜେପିକୁ ଜିତାଇବେ ଏବଂ ବିଜେପି ସରକାର ଆସିବା ମାତ୍ରେ ଶାହିନବାଗ୍‌ ପ୍ରଦର୍ଶନ 1 ଘଣ୍ଟାରେ ଶେଷ ହେବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details