ହାଇଦ୍ରାବଦ: ଝାଡଖଣ୍ଡ ପଲାମୁ ଜିଲ୍ଲା ପିପରା ଥାନାଞ୍ଚଳରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ବିଜେପି ନେତାଙ୍କ ନାମ ମୋହନ ଗୁପ୍ତା । ତାଙ୍କୁ ମାଓବାଦୀ ହତ୍ୟା କରିଥିବା ଅନୁମାନ କରାଯାଉଛି ।
ଝାଡଖଣ୍ଡରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
ଝାଡଖଣ୍ଡ ପଲାମୁ ଜିଲ୍ଲା ପିପରା ଥାନାଞ୍ଚଳରେ ବିଜେପି ନେତା ମୋହନ ଗୁପ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୋଓବାଦୀ ହତ୍ୟା କରିଥିବା ସନ୍ଦେହ । ଅଧିକ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ମୋହନ ଗୁପ୍ତାଙ୍କୁ ଏକେ 47 ଦ୍ବାରା ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି । ମୋହନ ପିପରା ମଣ୍ଡଳମୁଖ୍ୟଙ୍କ ସ୍ବାମୀ ହୋଇଥିବା ବେଳେ ସେ ଅନେକ ଦିନରୁ ମାଓବାଦୀଙ୍କ ଟାର୍ଗେଟରେ ଥିଲେ । ଶନିବାର ସଂଧ୍ୟାରେ ମୋହନ ପିପରା ବଜାରରେ ବୁଲୁଥିଲେ । ଏହି ସମୟରେ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି ମାରିଥିଲେ । ଏହି ଘଟଣା ପରେ ପିପରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ପ୍ରକାଶ ଯେ, 2012ରେ ମଧ୍ୟ ମୋହନଙ୍କୁ ମାଓବାଦୀମାନେ ଆକ୍ରମଣ କରିଥିଲେ ।