ଓଡିଶା

odisha

ETV Bharat / bharat

ବିଜେପି ନେତା କପିଲ ମିଶ୍ରାଙ୍କୁ ‘ୱାଇ’ ସୁରକ୍ଷା ବ୍ୟବସ୍ଥା - "Y" category security

ବିଜେପି ନେତା କପିଲ ମିଶ୍ରାଙ୍କୁ ‘ୱାଇ’ ସୁରକ୍ଷା ବ୍ୟବସ୍ଥା । ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ସୁରକ୍ଷା ମାଗିଥିବାବେଳେ ତାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ‘ୱାଇ’ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଥିବା ଜଣାପଡିଛି ।

kapil mishra
ବିଜେପି ନେତା କପିଲ ମିଶ୍ରାଙ୍କୁ ‘ୱାଇ’ ସୁରକ୍ଷା ବ୍ୟବସ୍ଥା

By

Published : Mar 3, 2020, 1:31 PM IST

ନୂଆଦିଲ୍ଲୀ: ବିଜେପି ନେତା କପିଲ ମିଶ୍ରାଙ୍କୁ ‘ୱାଇ’ ସୁରକ୍ଷା ବ୍ୟବସ୍ଥା । ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ସୁରକ୍ଷା ମାଗିଥିବାବେଳେ ତାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ‘ୱାଇ’ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଥିବା ଜଣାପଡିଛି । ଯେଉଁଥିରେ ତାଙ୍କ ସହିତ ଦୁଇଟି ପିଏସଓଙ୍କ ସହିତ 6 ପୋଲିସ କର୍ମୀ ସବୁବେଳେ ରହିବେ । କପିଲଙ୍କୁ ବାରାମ୍ବାର ଧମକପୂର୍ଣ୍ଣ ବାର୍ତ୍ତା ଆସୁଛି ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଦର୍ଶାଇଥିଲେ । ସେପଟେ ସୂତ୍ର ଅନୁସାରେ ତାଙ୍କୁ ପୂର୍ବରୁ ମଧ୍ୟ ସୁରକ୍ଷା ଦିଆଯାଇଛି ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଫେବୃଆରୀ 23 ତାରିଖରେ କପିଲ ମିଶ୍ରା ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ପ୍ରଦର୍ଶନ କରିଥିଲେ । ଯେଉଁଥିରେ ସେ କହିଥିଲେ କି, ‘ଯଦି 3 ଦିନ ଭିତରେ ସିଏଏ ବିରୋଧରେ ରାସ୍ତାରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ରାସ୍ତାରୁ ହଟାନଯାଏ, ତେବେ ସେ ପୋଲିସ କଥା ବି ଶୁଣିବେ ନାହିଁ ।’ ତେବେ ତାଙ୍କର ଏହି ବୟାନ ପରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହି ଘଟଣାକୁ ନେଇ ତାଙ୍କୁ ଅନେକ ଧମକପୂର୍ଣ୍ଣ ଫୋନ କଲ ଆସୁଛି । ଏପରିକି ବିଦେଶ ନମ୍ବରରୁ ମଧ୍ୟ ତାଙ୍କ ନିକଟକୁ ଫୋନ ଆସୁଥିବା ସେ ପୋଲିସକୁ କହିଛନ୍ତି ।

ପୋଲିସ ସୂତ୍ର ଅନୁସାରେ, ଏହା ଏକ ସ୍ବାଭାବିକ ପ୍ରକ୍ରିୟା । ତାଙ୍କୁ ପୂର୍ବରୁ ମଧ୍ୟ ସୁରକ୍ଷା ଦିଆଯାଇଛି । ଯାହାର ଜୀବନ ପ୍ରତି ବିପଦ ଥାଏ ତାହାକୁ ଦୃଷ୍ଟିରେ ରଖି ତାକୁ ସୁରକ୍ଷା ଦିଆଯାଏ । 2017 ମସିହାରେ କପିଲଙ୍କୁ ସୁରକ୍ଷା ଦିଆଯାଇଥିଲା । ପରେ 2019ରେ ସେହି ସୁରକ୍ଷାକୁ ରିଭ୍ୟୁ କରାଯିବା ସହ ଏହାକୁ ଜାରି ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details