ଓଡିଶା

odisha

ETV Bharat / bharat

ନିର୍ବାଚନ ଲଢିବେନି ବିଜୟଭାର୍ଗୀୟ

ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭାର୍ଗୀୟ ଲୋକସଭା ନିର୍ବାଚନ ନ ଲଢିବା ପାଇଁ ମନା କରିଛନ୍ତି ଘୋଷଣା । ସେ ଇନ୍ଦୋର ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି । ବୁଧବାର ବିଜୟ ଭାର୍ଗୀୟ ଟ୍ବିଟକରି ଏହାର ସୂଚନା ଦେଇଛନ୍ତି ।

By

Published : Apr 17, 2019, 8:57 PM IST

Updated : Apr 17, 2019, 9:36 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ସୁଷମା ସ୍ବରାଜଙ୍କ ଠାରୁ ଆରମ୍ଭ କରି ସୁମିତ୍ରା ମହାଜନ ଯାଏ ଚଳିତ ଲୋକସଭା ନିର୍ବାଚନ ନ ଲଢିବାକୁ ନେଇଛନ୍ତି ନିଷ୍ପତ୍ତି । ଏହି କ୍ରମରେ ଆଉ ଜଣେ ନେତାଙ୍କ ନାଁ ଏହି ତାଲିକାରେ ସାମିଲ ହୋଇଯାଇଛି । ଦଳର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭାର୍ଗୀୟ ଲୋକସଭା ନିର୍ବାଚନ ନ ଲଢିବା ନେଇ କରିଛନ୍ତି ଘୋଷଣା । ସେ ଇନ୍ଦୋର ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି ।

ବୁଧବାର ସେ ଟ୍ବିଟକରି ଏନେଇ ସୂଚନା ଦେଇଛନ୍ତି । ଲୋକସଭା ନିର୍ବାଚନ ଲଢିବା ନେଇ ଇନ୍ଦୋରବାସୀ, କାର୍ଯ୍ୟକର୍ତ୍ତା ଓ ଦେଶସାରା ଥିବା ଶୁଭଚିନ୍ତକଙ୍କ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ପ୍ରଥମ ପ୍ରାଥମିକତା ଭାବେ ଭାରତ ପାଇଁ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ପଶ୍ଚିମବଙ୍ଗର ଜନତା ମୋଦିଙ୍କ ସହ ଛିଡା ଅଛନ୍ତି । ବର୍ତ୍ତମାନ ସମୟରେ ପଶ୍ଚିମବଙ୍ଗରେ ରହିବା କର୍ତ୍ତବ୍ୟ । ଏଣୁ ନିର୍ବାଚନ ନ ଲଢିବା ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଆଶା କରୁଛି ଦେଶହିତ ଓ ଦଳହିତରେ ମୋର ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଜଣାଇବେ । ଦଳ ଯାହାକୁ ମୋ ସ୍ଥାନରେ ପ୍ରାର୍ଥୀ କରିବେ, ତାଙ୍କ ଜିତିବା ପାଇଁ ଦିନରାତି ଏକାଠି କରି ଦେବି । କେବଳ ଇନ୍ଦୋର ନୁହେଁ ବରଂ ସମଗ୍ର ଦେଶର ମତଦାତାଙ୍କୁ ପ୍ରାର୍ଥନା କରୁଛୁ ଯେ ଏନଡିଏ ପରି ଦୃଢ ସରକାର ଏବଂ ମୋଦି ପରି ଶକ୍ତିଶାଳୀ ପିଏମ ପାଇଁ ମତଦାନ କରନ୍ତୁ ବୋଲି ବିଜୟଭାର୍ଗୀୟ କହିଛନ୍ତି ।

Last Updated : Apr 17, 2019, 9:36 PM IST

ABOUT THE AUTHOR

...view details