ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ହିଂସା ପ୍ରଦର୍ଶନ ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି । ଭାରତୀୟ ଜନତା ପାର୍ଟିର ନେତା ଅଶ୍ବିନୀ ଉପାଧ୍ୟାୟ ଏକ ଯାଚିକା ଦାଖଲ କରି ମାମଲାରେ ସିବିଆଇ, ଏନଆଇଏ ଦ୍ବାରା ଯାଞ୍ଚ କରିବାକୁ ଦାବି କରିଛନ୍ତି । ପଶ୍ଚିମବଙ୍ଗ ବ୍ୟତିତ ଜାମିୟା ମାଲିୟା ବିଶ୍ବବିଦ୍ୟାଳୟ, ଏଏମୟୁ ଓ ଉତ୍ତର ପ୍ରଦେଶରେ ହୋଇଥିବା ହିଂସାର ବି ଯାଞ୍ଚ ନେଇ ଦାବି ଜଣାଇଛନ୍ତି ।
CAA ହିଂସା: ଏନଆଇଏ ଯାଞ୍ଚ ପାଇଁ ବିଜେପି ନେତାଙ୍କ ଦାବି - ସିଏଏ ହିଂସା
ସୁପ୍ରିମକୋର୍ଟରେ ସିଏଏ ତାତି । ପଶ୍ଚିମବଙ୍ଗ ହିଂସାର ଏନଆଇଏ ଯାଞ୍ଚ ଦାବି କଲେ ବିଜେପି ନେତା ।
ଡିସେମ୍ବର14ରେ ମୁର୍ସିଦାବାଦରେ 5ଟି ଟ୍ରେନରେ ନିଆଁ ଲଗାଇ ଜାଳିବା ଘଟଣାରେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଅଶ୍ବିନୀ ଅଭିଯୋଗ କରିଛନ୍ତି ।
ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିଧାୟକ ହିଂସାକାଣ୍ଡ ଘଟାଉଥିବା ଲୋକଙ୍କ ସମର୍ଥନ କରୁଛନ୍ତି ବୋଲି ଏହି ଯାଚିକାରେ ଉଲ୍ଲେଖ ରହିଛି । କେବଳ ଏତିକି ନୁହେଁ ଏମାନେ ଓଲଟା ପୋଲିସକୁ ଦୋଷୀ ଭାବୁଥିବା କଥା ବି କୁହାଯାଇଛି । ଏଥିପାଇଁ ମାମଲାର ସିବିଆଇ, ଏନଆଇଏ ଦ୍ବାରା ଯାଞ୍ଚ କରାଯାଉ ବୋଲି ଅଶ୍ବିନୀ କହିଛନ୍ତି ।