ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବୁଧବାର ନିଜ ଘର ହିମାଚଳ ପ୍ରଦେଶରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି । କଙ୍ଗନା ରାଣାୱତ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଥିଲା । ଶିବସେନା ସରକାରର ଏପରି ଆଚରଣକୁ ନେଇ ସମଗ୍ର ଦେଶରେ ପ୍ରକାଶ ପାଇଛି ତୀବ୍ର ବିରୋଧ । ଏହି ଘଟଣାରେ ହରିୟାଣାର ଦଙ୍ଗଲ ଲେଡି ଏବଂ ବିଜେପି ନେତା ବବିତା ଫୋଗାଟ ଟ୍ୱିଟ କରି କଙ୍ଗନାକୁ ସମର୍ଥନ କରିଛନ୍ତି ।
ଏକ ଟୁଇଟ୍ରେ ବବିତା ଫୋଗାଟ କହିଛନ୍ତି ଯେ 'ମଧ୍ୟବିତ୍ତ ପରିବାରର ଝିଅ ମୁମ୍ବାଇରେ ଝାଳ ବୁହାଇ ରୋଜଗାର କରି ଏକ ସ୍ୱପ୍ନର ଘର ନିର୍ମାଣ କରିଥିଲେ । କିନ୍ତୁ ଉଦ୍ଧବ ସରକାର କିଛି ମିନିଟରେ ଏହି ଘରକୁ ଭାଙ୍ଗି ଦେଇଛି । ସେହିପରି ବବିତା କହିଛନ୍ତି ଏଥିପାଇଁ ଉଦ୍ଧବ ଠାକରେଙ୍କୁ ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ।