ଓଡିଶା

odisha

By

Published : Oct 11, 2020, 5:21 PM IST

Updated : Oct 11, 2020, 5:28 PM IST

ETV Bharat / bharat

ମନୀଷ ଶୁକ୍ଲା ହତ୍ୟାକାଣ୍ଡ, ରାଜ୍ୟପାଳଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କଲା ବିଜେପି

ବିଜେପି ନେତା ତଥା କାଉନସିଲର ମନୀଷ ଶୁକ୍ଲା ହତ୍ୟାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ବିଜେପି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟିଛି । ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାବି କରିଛି । ଅଧିକ ପଢନ୍ତୁ...

ମନୀଷ ଶୁକ୍ଲା ହତ୍ୟାକାଣ୍ଡ ରାଜ୍ୟପାଳକୁ ଭେଟି ସିବିଆଇ ତଦନ୍ତ ଦାବି କଲା ବିଜେପି
ମନୀଷ ଶୁକ୍ଲା ହତ୍ୟାକାଣ୍ଡ ରାଜ୍ୟପାଳକୁ ଭେଟି ସିବିଆଇ ତଦନ୍ତ ଦାବି କଲା ବିଜେପି

କୋଲକାତା: ବିଜେପି ନେତା ତଥା କାଉନସିଲର ମନୀଷ ଶୁକ୍ଲା ହତ୍ୟାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ବିଜେପି ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟିଛି । ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ମୁକୁଲ ରୟ,ଜୟପ୍ରକାଶ ମଜୁମଦାର ଓ ସବ୍ୟସାଚୀ ଦତ୍ତ ପ୍ରମୁଖ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟି ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି । ଗତି 4 ତାରିଖ ଦିନ ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ବିଜେପିର ଯୁବନେତା ତଥା କାଉନସିଲର ମନୀଷ ଶୁକ୍ଲାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ରାଜନୈତିକ ଅଭିସନ୍ଧି ରଖି ହତ୍ୟା କରାଯାଇଛି ବୋଲି କହିଛନ୍ତି ।

ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ରାଜ୍ୟରେ ଶାସନ କରୁଥିବା ମମତା ସରକାରଙ୍କୁ ଦୋଷାରୋପ କରିଛନ୍ତି । ରାଜ୍ୟରେ ମମତା ସରକାର ଗୁଣ୍ଡାରାଜ ଚଳାଇଛନ୍ତି ଏବଂ ରାଜ୍ୟର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସୂଚନାଥାଉକି ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସର ଜୋରୋଦାର ରାଜନୈତିକ ଲଢେଇ ଲାଗି ରହିଛି ।

@ANI

Last Updated : Oct 11, 2020, 5:28 PM IST

ABOUT THE AUTHOR

...view details