ଓଡିଶା

odisha

ETV Bharat / bharat

ଫାରୁକଙ୍କ ବୟାନ ଉପରେ ବର୍ଷିଲା ବିଜେପି - ବିଜେପି ପ୍ରତିକ୍ରିୟା

ଧାରା 370 ଏବଂ ଧାରା 35ଏ ଉପରେ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନେଇ ବର୍ଷିଛି ବିଜେପି । ଫାରୁକ ଚୀନର ହିରୋ ସାଜୁଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

ଫାରୁକଙ୍କ ବୟାନ ଉପରେ ବର୍ଷିଲା ବିଜେପି
ଫାରୁକଙ୍କ ବୟାନ ଉପରେ ବର୍ଷିଲା ବିଜେପି

By

Published : Oct 12, 2020, 7:20 PM IST

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନେଇ ଜୋର ଧରିଛି ରାଜନୀତି । ଫାରୁକଙ୍କ ବୟାନକୁ ଦେଶ ବିରୋଧୀ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଫାରୁକ ଚୀନର ମାନସିକତାକୁ ଉଚିତ ଆଖ୍ୟା ଦେଉଥିବା ପ୍ରତିକ୍ରିୟା ଦେଇଛନ୍ତି ଫାରୁକ ।

ଏହା ପ୍ରଥମ ଥର ନୁହେଁ, ଆଗରୁ ମଧ୍ୟ ଅନେକ ଥର ବିବାଦିତ ବୟାନ ଦେଇଆସିଛନ୍ତି ଫାରୁକ ଅବଦୁଲ୍ଲା । ସେ ରବିବାର କହିଥିଲେ ଯେ ଚୀନର ସହଯୋଗରେ ଜମ୍ମୁ କାଶ୍ମୀରରେ ଧାରା 370 ପୁଣି କାର୍ଯ୍ୟକାରୀ ହେବ । ଏହାସହ ଧାରା 370 ଏବଂ ଧାରା 35ଏ ପୁନଃପ୍ରଣୟନ କରିବେ ଓ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ତେବେ ଅବଦୁଲ୍ଲାଙ୍କ ବୟାନକୁ ନେଇ ତାଙ୍କ ଉପରେ ବର୍ଷିଛି ବିଜେପି ।

ସମ୍ବିତ ଏହି ପ୍ରସଙ୍ଗ ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ ପ୍ରତିକ୍ରିୟା ଦେଇଛନ୍ତି ଯେ କେବଳ ଫାରୁକ ଅବଦୁଲ୍ଲା ଏପରି କହିଛନ୍ତି ତାହା ନୁହେଁ, ଯଦି ଆପଣ ଇତିହାସକୁ ଯିବେ ତାହେଲେ ରାହୁଲ ଗାନ୍ଧୀଙ୍କ ସମ୍ପ୍ରତି ବିବୃତ୍ତି ଶୁଣିଲେ ଜାଣିହେବ ଯେ ଏମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ।

ବିଜେପି ମୁଖପାତ୍ର କହିଛନ୍ତି ଯେ ରାହୁଲ ଗାନ୍ଧୀ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇ ପାକିସ୍ତାନରେ ହିରୋ ହୋଇଥିଲେ, ଆଜି ଫାରୁକ୍ ଅବଦୁଲ୍ଲା ଚୀନର ହିରୋ ହୋଇଛନ୍ତି।

ABOUT THE AUTHOR

...view details