ଓଡିଶା

odisha

ETV Bharat / bharat

ତେଜୁଛି ବିଜେପି ବିଧାୟକଙ୍କ ମୃତ୍ୟୁ ଘଟଣା, 12 ଘଣ୍ଟା ବନ୍ଦ ଉତ୍ତର ପଶ୍ଚିମବଙ୍ଗ - BJP has called 12-hour 'bandh'

ଆଜି 12 ଘଣ୍ଟା ପାଇଁ ଉତ୍ତର ପଶ୍ଚିମବଙ୍ଗ ବନ୍ଦ। ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିବା ସହ ଚକଅଖ ଗଡିବନି। ତେବେ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତ୍ୟୁ ଘଟଣାକୁ ନେଇ ଏହି ପ୍ରତିବାଦ କରାଯାଉଥିବା ସୂଚନା।

ତେଜୁଛି ବିଜେପି ବିଧାୟକଙ୍କ ମୃତ୍ୟୁ ଘଟଣା, ଉତ୍ତର ପଶ୍ଚିମବଙ୍ଗ 12 ଘଣ୍ଟା ବନ୍ଦ
http://ତେଜୁଛି ବିଜେପି ବିଧାୟକଙ୍କ ମୃତ୍ୟୁ ଘଟଣା, ଉତ୍ତର ପଶ୍ଚିମବଙ୍ଗ 12 ଘଣ୍ଟା ବନ୍ଦ:6060//finalout3/odisha-nle/thumbnail/14-July-2020/8016495_702_8016495_1594696690543.png

By

Published : Jul 14, 2020, 8:52 AM IST

କୋଲକାତା: ଆଜି 12 ଘଣ୍ଟା ପାଇଁ ଉତ୍ତର ପଶ୍ଚିମବଙ୍ଗ ବନ୍ଦ। ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିବା ସହ ଚକଅଖ ଗଡିବନି। ତେବେ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତ୍ୟୁ ଘଟଣାକୁ ନେଇ ଏହି ପ୍ରତିବାଦ କରାଯାଉଥିବା ସୂଚନା। ସିଲିଗୁରୀ ଓ ରାଇଗଞ୍ଜ ଅଞ୍ଚଳ ଜନଶୂନ୍ୟ ହୋଇଯାଇଥିବା ବେଳେ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ଟିମ କଡା ପହରା ଦେଉଛନ୍ତି।

ତେବେ ସୋମବାର ରହସ୍ୟଜନକ ଭାବେ ବିଧାୟକଙ୍କୁ ମାରି ତାଙ୍କ ଘର ନିକଟରେ କେହି ଝୁଲାଇ ଦେଇଥିଲେ। ତେବେ ଘଟଣାର ତଦନ୍ତ ଓ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଉତ୍ତତ କୋଲକାତାରେ ବିକ୍ଷୋଭ କରାଯାଉଛି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତ୍ୟୁର କଡା ତଦନ୍ତ ଆବଶ୍ୟକ ରହିଛି ବୋଲି ସୋମବାର ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର କହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟ୍ୟାଗ କରି ସେ ଟ୍ବିଟ ମଧ୍ୟ କରିଥିଲେ କି, ‘ରାଜନୈତିକ ହିଂସା ଏବଂ ପ୍ରତିଶୋଧ କୌଣସି ସଙ୍କେତ ଦେଇନଥାଏ’ ।

ପ୍ରକାଶ ଥାଉକି, ସୋମବାର ସକାଳେ ଝୁଲନ୍ତା ଅବସ୍ଥାରେ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଜ ଘର ଠାରୁ କିଛି ବାଟ ଦୂର ଏକ ବନ୍ଦାନ ଅଞ୍ଚଳରୁ ମୃତ ଦେହ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରାଯାଉଛି।

ଏପଟେ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ବିଧାୟକ ଦେବେନ୍ଦ୍ରଙ୍କୁ ପ୍ରଥମେ ହତ୍ୟା କରାଯାଇଛି ଏବଂ ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ନେଇ ଝୁଲାଇ ଦେଇଛନ୍ତି ।

ABOUT THE AUTHOR

...view details