ଓଡିଶା

odisha

ETV Bharat / bharat

ଶିଶୁ ସମେତ 5ଟି କାରକୁ ଧକ୍କା ଦେଲା ବିଜେପି କାରକେଡ୍ - ଶିଶୁକୁ ଧକ୍କା ଦେଲା ବିଜେପି କାରକେର୍ଡ

ରବିବାର ଦିଲ୍ଲୀର ଶାଲିମାରବାଗ ଅଞ୍ଚଳରେ ବିଜେପି କାରକେଡ୍ ଯାଉଥିବା ସମୟରେ 5ଟି କାର ସମେତ, ଜଣେ ଶିଶୁକୁ ଧକ୍କା ଦେଇଛି।

BJP convoy in Shalimar Bagh area hit five vehicles, including a child
ଶିଶୁକୁ ଧକ୍କା ଦେଲା ବିଜେପି କାରକେର୍ଡ

By

Published : Jan 26, 2020, 7:23 PM IST

ନୂଆଦିଲ୍ଲୀ: ରାସ୍ତାରେ ଯାଉଥିବା ସମୟରେ 5ଟି କାର ସମେତ ଜଣେ ଶିଶୁକୁ ଧକ୍କା ଦେଇଛି ବିଜେପି କାରକେଡ୍। ରବିବାର ଦିଲ୍ଲୀର ଶାଲିମାରବାଗ ଅଞ୍ଚଳରେ ବିଜେପି କାରକେର୍ଡ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି।

ଏହି ଘଟଣାରେ ଦୁର୍ଘଟଣାର ଶିକାର ହୋଇଥିବା ଶିଶୁର ଦୁଇ ଗୋଡ ଭାଙ୍ଗି ଯାଇଥିବା ବେଳେ, ଅନ୍ୟ ଗାଡିର ବହୁ କ୍ଷତି ହୋଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶିଶୁ ଏବଂ ଡ୍ରାଇଭରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି।

ଶିଶୁକୁ ଧକ୍କା ଦେଲା ବିଜେପି କାରକେର୍ଡ

ଡ୍ରାଇଭର ମଦ୍ୟପାନ କରିଥିବାରୁ ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଥିବା ବେଳେ ଗାଡିଟି ବିଜେପି କର୍ମକର୍ତ୍ତା ରେଖା ଗୁପ୍ତାଙ୍କ ବୋଲି ଜଣାପଡିଛି। ଖବର ପାଇ ମୌର୍ଯ୍ୟ ଏନକ୍ଲେଭ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ABOUT THE AUTHOR

...view details