ଓଡିଶା

odisha

ଅଯୋଧ୍ୟ ମାମଲା: ରାୟ ଆସିବା ପୂର୍ବରୁ ବିଜେପି-କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

ନଭେମ୍ବର 8, ଶନିବାର ପ୍ରକାଶ ପାଇବାକୁ ଯାଉଛି ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ଦ୍ବାରା ପ୍ରକାଶ ଏହି ରାୟ । ଏହା ଆସିବା ପୂର୍ବରୁ ଉଭୟ ବିଜେପି-କଂଗ୍ରେସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି ।

By

Published : Nov 9, 2019, 9:37 AM IST

Published : Nov 9, 2019, 9:37 AM IST

ନିଷ୍ପତ୍ତି ଆସିବା ପୂର୍ବରୁ ବିଜେପି-କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ନଭେମ୍ବର 8 ତାରିଖ, ଶନିବାର ପ୍ରକାଶ ପାଇବାକୁ ଯାଉଛି ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ଦ୍ବାରା ପ୍ରକାଶ ଏହି ରାୟ । ଏହା ଆସିବା ପୂର୍ବରୁ ଉଭୟ ବିଜେପି-କଂଗ୍ରେସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି ।

ରାମ ଜନ୍ମଭୂମି- ବାବ୍ରି ମସଦିଜ ବିବାଦ ମାମଲାକୁ ନେଇ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ସାମିଲ ହେବେ ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଶାନ୍ତିଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ଏ ମାଲାର ରାୟ ଶୁଣାଣି ପୂର୍ବରୁ କଂଗ୍ରେସ ପକ୍ଷରୁ କାର୍ଯ୍ୟସମିତି ବୈଠକ ଡକା ଯାଇଛି । ଏଥିରେ ରାମ ମନ୍ଦିର ମାମଲାକୁ ନେଇ ଆସିବାକୁ ଥିବା ରାୟ ଉପରେ ଦଳର ଆଭିମୁଖ୍ୟ କଣ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ । ଏହି ବୈଠକରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେବେ । ଏହା ମଧ୍ୟରେ ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀକୁ ଫେରିଛନ୍ତି ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଦ୍ବାରା ପ୍ରକାଶ ପାଇବ ଏ ମାମଲାର ରାୟ । ଏହାକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ଦେଶର ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ଅଯୋଧ୍ୟାରେ 144 ଧାରା ଲାଗୁ ହେବା ସହ ଜମ୍ମୁ-କାଶ୍ମୀର, ଦିଲ୍ଲୀ, କର୍ଣ୍ଣାଟକର, ମଧ୍ୟପ୍ରଦେଶରେ 3ଦିନ ଧରି ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି ।

ABOUT THE AUTHOR

...view details