ଓଡିଶା

odisha

ETV Bharat / bharat

କଂଗ୍ରେସ ଆରୋପର ଉତ୍ତର ରଖିଲା ବିଜେପି, କେନ୍ଦ୍ର ଦେବ 85 ପ୍ରତିଶତ ରେଳ ଭଡା - BJP clarifies on Rail ticket

ଶ୍ରମିକଙ୍କଠାରୁ ଟିକେଟ୍ ଟଙ୍କା ନେଇଥିବା ଅଭିଯୋଗ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ତେବେ ଏହାର ପ୍ରତିଉତ୍ତର ଦେଇଛି ବିଜେପି ।

BJP clarifies on Rail ticket
କଂଗ୍ରେସର ଆରୋପର ଉତ୍ତର ଦେଇଛି ବିଜେପି

By

Published : May 4, 2020, 3:21 PM IST

ନୂଆଦିଲ୍ଲୀ: ଶ୍ରମିକଙ୍କଠାରୁ ଟିକେଟ୍ ଟଙ୍କା ନେଇଥିବା ଅଭିଯୋଗ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ତେବେ ଏହାର ପ୍ରତିଉତ୍ତର ଦେଇଛି ବିଜେପି । ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ରେଳବିଭାଗ ଏବଂ ରାଜ୍ୟ ସରକାର 85 ପ୍ରତିଶତ ଭଡା ବହନ କରିବେ ବୋଲି ବିଜେପି କହିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ କୌଣସି ଷ୍ଟେସନରେ କୌଣସି ଟିକେଟ୍ ବିକ୍ରି ହୋଇନାହିଁ।

ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେପି ମୁଖପାତ୍ର ଟ୍ବିଟ୍ କରି କହିଛନ୍ତି, ‘ ମୁଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ସଂଲଗ୍ନ କରିଛି, ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ କୌଣସି ଷ୍ଟେସନରେ ଗୋଟିଏ ବି ଟିକେଟ୍ ବିକ୍ରି ହୋଇନାହିଁ। ପ୍ରବାସୀ ଶ୍ରମିକମାନଙ୍କୁ ନିଜ ସହରକୁ ପଠାଇବା ପାଇଁ ରେଳବିଭାଗ 85 ପ୍ରତିଶତ ଏବଂ ରାଜ୍ୟ ସରକାର 15 ପ୍ରତିଶତ ଭଡା ଦେବେ। ମଧ୍ୟପ୍ରଦେଶର ବିଜେପି ସରକାର ଟିକେଟ ଟଙ୍କା ଦେଉଛନ୍ତି ’।

ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଗୋଟିଏ ପଟେ ରେଳ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ କରୁଛି ଏବଂ ଅନ୍ୟ ପଟେ ଶ୍ରମିକଙ୍କଠାରୁ ଭଡା ଆଦାୟ କରୁଛି। ଏଥି ସହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଠାରୁ ରେଳ ସଂଗ୍ରହ କରିଥିବା ଭଡାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details