ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ନେଇ ରଣକ୍ଷେତ୍ରକୁ ଓହ୍ଲାଇଛି ବିଜେପି । ରାଜ୍ୟ ନେତାଙ୍କୁ ଗୁରୁ ମନ୍ତ୍ର ଦେବା ପାଇଁ କେନ୍ଦୀୟ କମିଟି ଡ଼ାକିଛି ବୈଠକ । କିଛି ସମୟ ପରେ ଦଳପକ୍ଷରୁ ଆରମ୍ଭ କରାଯିବ ଏହି ଗୁରୁତ୍ବପୂର୍ଣ୍ଣ ଆଲୋଚନା ।
ଆଜି ବସିବ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିଧାନସଭା ନିର୍ବାଚନ ନେଇ ରଣାଙ୍ଗନ ଆରମ୍ଭ କରିବାକୁ ଯାଉଛି ବିଜେପି । ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର 21ରେ ମତଦାନ ରହିଛି । ଦୁଇ ରାଜ୍ୟରେ ପୁନର୍ବାର ଶାସନ କ୍ଷମତା ହାତେଇବାକୁ ଦଳକୁ ବଳ ଦେବ କେନ୍ଦୀୟ କମିଟି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଦୁଇ ରାଜ୍ୟର ନେତାଙ୍କ ସହ କରିବ ଆଲୋଚନା ।
![ଆଜି ବସିବ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ](https://etvbharatimages.akamaized.net/etvbharat/prod-images/768-512-4588146-thumbnail-3x2-bjp.jpg)
ଫାଇଲ ଫଟୋ
ମହାରାଷ୍ଟ୍ରରେ ବିଜେପି-ଶିବସେନା ମଧ୍ୟରେ ଆସନ ବୁଝାମଣା ସରିଛି । ହରିୟାଣାରେ ଏକାକୀ ଲଢୁଛି ବିଜେପି । ତେଣୁ ଦଳକୁ ବଳ ଦେବା ସହ ନେତାଙ୍କୁ ମନ୍ତ୍ରଣା ଦେବା ପାଇଁ ଆଜି ହେବ ଆଲୋଚନା ।
ସୂଚନା ମୁତାବକ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୌଠକରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଦଳର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ଏବଂ କାର୍ଯ୍ୟକାରୀ ଅଧକ୍ଷ ଜେପି ନଡ୍ଡା ମଧ୍ୟ ବୈଠକରେ ଉପସ୍ଥିତ ରହିବେ ।