ଓଡିଶା

odisha

‘ହରିୟାଣାରେ ଯେତିକି ଶହୀଦ ଅଛନ୍ତି, ଗୁଜରାଟରେ ସେତିକି ଯବାନ ନଥିବେ’

By

Published : Oct 15, 2019, 11:28 AM IST

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଜୋର ଧରିଲା ଆରୋପ ପ୍ରତ୍ୟାରୋପ । ବିଜେପି ହରିୟାଣାରେ ରାଷ୍ଟ୍ରବାଦ କଥା ନକହୁ ବୋଲି କହିଲେ ଜେଜେପି ନେତା ଦୃଷ୍ୟନ୍ତ ଚୌଟାଲା ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଚାର ଜୋରଦାର । ଜନମତ ନିଜ ଆଡକୁ ଆଣିବାକୁ ସବୁଦଳ ପ୍ରଚାରରେ ବ୍ୟସ୍ତ । ପରସ୍ପର ଆରୋପ ପ୍ରତ୍ୟାରୋପରେ ଲାଗିଛନ୍ତି ଦଳୀୟ ନେତା ।

ତେବେ ଆଜି ବିଜେପି ପାଇଁ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ଗସ୍ତରେ ଯାଉଥିବାବେଳେ ତା ପୂର୍ବରୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୃଷ୍ୟନ୍ତ ଚୌଟାଲାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବିଜେପି ରାଷ୍ଟ୍ରବାଦ କଥା କହି ଭୋଟ ମାଗୁଥିବାରୁ ଏହାକୁ ଟାର୍ଗେଟ କରିଛନ୍ତି ଜେଜେପି ନେତା ।

ବିଜେପି ହରିୟାଣାରେ ରାଷ୍ଟ୍ରବାଦ କଥା ନକହୁ ବୋଲି କହିବା ସହ ଦେଶପାଇଁ ଅଧିକ ହରିୟାଣା ଯବାନ ହିଁ ଶହୀଦ ହୋଇଛନ୍ତି ବୋଲି ସେ କହିଛନ୍ତି । ଏହା ସହ ସେ କହିଛନ୍ତି,‘ଯେତିକି ଯବାନ ହରିୟାଣାରୁ ସୀମାରେ ଶହୀଦ ହୋଇଛନ୍ତି ସେତିକି ସଂଖ୍ୟକ ଯବାନ ବୋଧହୁଏ ଗୁଜରାଟରୁ ଆର୍ମିରେ ଭର୍ତ୍ତି ହୋଇନଥିବେ ।’

ଏଥି ସହିତ ହରିୟାଣାର ପ୍ରତ୍ୟେକ ଗାଁରେ ଜଣେ ଜଣେ ଶହୀଦ ରହିଛନ୍ତି । ଚୀନ ଓ ପାକିସ୍ତାନ ସୀମାରେ ପ୍ରତି 10 ଜଣ ଯବାନଙ୍କ ମଧ୍ୟରେ ଜଣେ ହରିୟାଣା ଥିବା ଦୃଷ୍ୟନ୍ତ କହିବା ସହ ରାଷ୍ଟ୍ରବାଦର ପାଠ ହରିୟାଣାରେ ନପଢାଇବାକୁ ସେ କହିଛନ୍ତି ।

ABOUT THE AUTHOR

...view details