କୋଲକାତା: ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ। ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ସଂଘର୍ଷ ଘଟୁଛି। ସଦ୍ୟ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜ୍ୟର ବାରାକପୁର ଲୋକସଭା ନିର୍ବାଚନମଣ୍ଡଳୀରେ।
ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକଙ୍କ ଆକ୍ରମଣ ଅଭିଯୋଗ - west bengal
ନିର୍ବାଚନୀ ହିଂସାରେ ଜଳୁଛି ପଡୋଶୀ ପଶ୍ଚିମବଙ୍ଗ। ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତାର ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି।
ଏଠାରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଅର୍ଜୁନ ସିଂହଙ୍କ ଉପରେ ତୃଣମୂଳ କଂଗ୍ରେସ(ଟିଏମସି) ସମର୍ଥକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ସେଠାକାର ଏକ ଗାଁରେ ଏହି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଲୋକଙ୍କ ସହ ମୁଁ ଆଲୋଚନା କରୁଥିବା ବେଳେ ଟିଏମସି ସମର୍ଥକ ମୋ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ମୋର ମୁହଁ ଫାଟି ଯାଇଛି । ଯୋଜନାବଦ୍ଧ ଭାବେ ମୋ ଉପରେ ଆକ୍ରମଣ କରାଯାଇଛି । ଏନେଇ ମୁଁ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବି। "
ଟିଏମସିକୁ ଟାର୍ଗେଟ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାହାରୁ ଲୋକ ଅଣାଯାଇ ମୋ ଉପରେ ଆକ୍ରମଣ କରାଯାଇଛି । ନିର୍ବାଚନ ବେଳେ ଲୋକଙ୍କୁ ଭୟଭୀତ କରିବା ପାଇଁ ଟିଏମସି ଯୋଜନାବଦ୍ଧ ଭାବେ ହିଂସାକାଣ୍ଡ ଘଟାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ହୋଇଥିବା 4ଟି ପର୍ଯ୍ୟାୟ ମତଦାନରେ ଅନେକ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି ।