ଓଡିଶା

odisha

ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ ଫଣ୍ଡିଙ୍ଗ‌ କରିଥିବା ବିଜେପିର ଦାବି

By

Published : Jun 25, 2020, 7:39 PM IST

ଚୀନ ପକ୍ଷରୁ ଗାନ୍ଧୀ ଫାଉଣ୍ଡେସନକୁ ଟଙ୍କା ଦାନ ନେଇ କଂଗ୍ରେସକୁ ଘେରିଲା ବିଜେପି । ତେବେ ଚୀନର ଏହି ଡୋନେସନକୁ ଗ୍ରହଣ କରିବା ପାଇଁ କଂଗ୍ରେସ କଣ ସରକାରଙ୍କ ଅନୁମତି ମାଗିଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଅନ୍ୟପକ୍ଷେ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ...

ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ ଫଣ୍ଡିଙ୍ଗ୍‌ କରିଥିବା ବିଜେପିର ଦାବି
ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ ଫଣ୍ଡିଙ୍ଗ୍‌ କରିଥିବା ବିଜେପିର ଦାବି

ନୂଆଦିଲ୍ଲୀ: ଏଲଏସିର ଗଲଓ୍ବାନ ଉପତ୍ୟକାରେ ଚୀନ ସହ ଜାରି ବିବାଦ ମଧ୍ୟରେ ପୁଣିଥରେ ଜୋର ଧରିବାକୁ ଲାଗିଛି ବିଜେପି ଓ କଂଗ୍ରେସର ରାଜନୈତିକ ଲଢେଇ । ସୀମା ବିବାଦକୁ ନେଇ ରାହୁଲ ଗାନ୍ଧୀ ମୋଦି ସରକାରକୁ ଟାର୍ଗେଟ କରିବା ପରେ ବିଜେପି ଏନେଇ କଂଗ୍ରେସର ପୁରୁଣା ଚିଠା ଖୋଲିବାକୁ ଆରମ୍ଭ କରିଛି । ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଇଁ ଫଣ୍ଡିଙ୍ଗ୍‌ କରୁଥିବା ଅଭିଯୋଗ ଆଣିଛି ବିଜେପି ।

ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ ଫଣ୍ଡିଙ୍ଗ୍‌ କରିଥିବା ବିଜେପିର ଦାବି

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଟଙ୍କା ଦାନ କରିଛି ଚୀନ । ତେବେ ଏନେଇ ଏହି ଚୀନ ସହ ଏହି ପ୍ରେମ କିପରି ବଢିଥିଲା, ତାହା କଂଗ୍ରେସ ସ୍ପଷ୍ଟ କରୁ ବୋଲି କହିଛନ୍ତି ରବିଶଙ୍କର । ସେ ଆହୁରି କହିଛନ୍ତି, କଂଗ୍ରେସ କାର୍ଯ୍ୟକାଳରେ ହିଁ ଚୀନ ଆମ ଜାଗା ଦଖଲ କରିଛି । କୌଣସି ବି ଦଳ ସରକାରଙ୍କ ବିନା ଅନୁମତିରେ ବିଦେଶରୁ ଟଙ୍କା ଆଣିପାରିବ ନାହିଁ । ତେବେ ଚୀନର ଏହି ଡୋନେସନକୁ ଗ୍ରହଣ କରିବା ପାଇଁ କଂଗ୍ରେସ କଣ ସରକାରଙ୍କ ଅନୁମତି ମାଗିଥିଲା କି ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର ପ୍ରସାଦ ।

ଆଇନ ମନ୍ତ୍ରୀ କହିଛନ୍ତି, ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଇଁ 2005-06ର ଡୋନର ସୂଚୀ ରହିଛି । ଏଥିରେ ଚୀନର ଦୂତାବାସ ଫାଉଣ୍ଡେସନ ପାଇଁ ଟଙ୍କା ଦାନ ଦେଇଥିବା ସ୍ପଷ୍ଟ ଲେଖାହୋଇଛି । ଏପରି କିପରି ହେଲା? କାହିଁକି ଏହାର ଆବଶ୍ୟକତା ପଡିଲା ବୋଲି ପ୍ରଶ୍ନ କରି କଂଗ୍ରେସକୁ ଘେରିଛନ୍ତି ରବିଶଙ୍କର । ଏଥିରେ ଅନେକ ଶିଳ୍ପପତି ଏବଂ ପିଏସୟୁଙ୍କ ନାଁ ଥିବା ମଧ୍ୟ ସେ ଦାବି କରିଛନ୍ତି ।

ରବିଶଙ୍କର କହିଛନ୍ତି ଏହା ଏହା ଜାଣିଶୁଣି କରାଯାଇଛି । ଏହାପରେ କଂଗ୍ରେସ ସରକାର ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟିକ କ୍ଷତି 33 ଗୁଣ ବଢିଯାଇଥିଲା । ଅନ୍ୟପକ୍ଷେ ଏପରି କଣ ପ୍ରେମ ଓ ଭଲପାଇବା ଥିଲା ଯେ ଚୀନର ଗୋଟିଏ ନିର୍ଦ୍ଧିଷ୍ଟ ପାର୍ଟି ସହ କଂଗ୍ରେସ ଏମଓୟୁ ହସ୍ତାକ୍ଷର କରିଥିଲା ବୋଲି ଟାର୍ଗେଟ କରି କହିଛନ୍ତି ଆଇନ ମନ୍ତ୍ରୀ । ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ ଦୂତାବାସ ଟଙ୍କା ଦାନ ଦେଉଛି । ଗୋଟିଏ ସମୟ ଥିଲା, ଯେବେ କଂଗ୍ରେସ ଶାସନ କାଳରେ ଏତେବଡ ଜାଗା ଚୀନ ହାତକୁ ଟେକିଦିଆଯାଇଥିଲା । ଏଥିପାଇଁ ଯେବେ ବି ଚୀନକୁ ନେଇ ପ୍ରଶ୍ନ ଉଠେ, ସେତେବେଳେ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ କୌଣସି ସଠିକ ଜବାବ ଦେଇପାରନ୍ତି ନାହିଁ ।

ବୈଦେଶିକ ପାଣ୍ଠି ଅଂଶଗ୍ରହଣ ନିୟମନ୍ତ୍ରଣ ଅଧିନିୟମ 1976 ବୋଲି ସମ୍ବିଧାନରେ ଏକ ଆଇନ ରହିଛି । ଏଥିରେ ଧାରା 4, 5, 6 ଓ 23ରେ ଉଲ୍ଲେଖ ରହିଛି ଯେ କୌଣସି ବି ରାଜନୈତିକ ଦଳ ବିଦେଶରୁ ଟଙ୍କା ଗ୍ରହଣ କରିପାରିବ ନାହିଁ । କୌଣସି ବି ରାଜନୈତିକ ସଂଗଠନ ସରକାରଙ୍କ ବିନା ଅନୁମତିରେ ବିଦେଶୀ ଫଣ୍ଡ ନେଇପାରିବ ନାହିଁ । ତେବେ ରାଜୀବ ଗାନ୍ଧୀ ଫାଉଣ୍ଡେସନ କଂଗ୍ରେସର ଅଧିନରେ ଥିବାବେଳେ ଏହା କିପରି ଚୀନଠାରୁ ଫଣ୍ଡ ଗ୍ରହଣ କଲା ବୋଲି ରବିଶଙ୍କର ପ୍ରଶ୍ନ ଉଠାଇଛନ୍ତି ।

ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଏହି ବିଷୟକୁ ନେଇ ମଧ୍ୟ ପ୍ରଦେଶର ଜନ ସମ୍ବାଦ ରାଲିରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । 2005ରୁ 2006 ମଧ୍ୟରେ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନର ପିପୁଲ୍ସ ରିପବ୍ଲିକ ଅଫ ଚାଇନା ଓ ଚୀନ ଦୂତାବାସଠାରୁ 300 ହଜାର ଆମେରିକୀୟ ଡଲାର ଗ୍ରହଣ କରିଥିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ନଡ୍ଡା । ଏହା ଚୀନ ଓ କଂଗ୍ରେସର ଭିତିରି ସମ୍ପର୍କ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜ ସମ୍ବୋଧନରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details