ନୂଆଦିଲ୍ଲୀ: ତେଲେଙ୍ଗାନାର ନୂତନ ବିଜେପି ସଭାପତି ଘୋଷଣା ହୋଇଛି । କରିମନଗର ବିଜେପି ସାଂସଦ ବାନ୍ଦି ସଞ୍ଜୟ କୁମାରକୁ ତେଲଙ୍ଗାନା ଭାରତୀୟ ଜନତା ପାର୍ଟୀର ସଭାପତି ନିଯୁକ୍ତ ହୋଇଛନ୍ତି । ସଞ୍ଜୟ କୁମାରଙ୍କ ପୂର୍ବରୁ ତେଲେଙ୍ଗାନାର ବିଜେପି ସଭାପତି ଭାବରେ କେ ଲକ୍ଷ୍ମଣ ଦାୟିତ୍ବରେ ଥିଲେ ।
ବାନ୍ଦି ସଞ୍ଜୟ କୁମାର ହେଲେ ତେଲେଙ୍ଗାନା ବିଜେପି ସଭାପତି - Telengana News
ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବିଜେପି ସାଂସଦ ବାନ୍ଦି ସଞ୍ଜୟ କୁମାରଙ୍କୁ ତେଲେଙ୍ଗାନାର ନୂତନ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଗଲା ବୋଲି ଏକ ଇସ୍ତାହାରରେ ଜଣାଇଛନ୍ତି । ଅଧିକ ପଢନ୍ତୁ...
![ବାନ୍ଦି ସଞ୍ଜୟ କୁମାର ହେଲେ ତେଲେଙ୍ଗାନା ବିଜେପି ସଭାପତି bjp-appoints-bandi-sanjay-kumar-state-president-of-telangana-bjp](https://etvbharatimages.akamaized.net/etvbharat/prod-images/768-512-6371411-thumbnail-3x2-telenganabjp.jpg)
ବାନ୍ଦି ସଞ୍ଜୟ କୁମାର ହେଲେ ତେଲେଙ୍ଗାନାର ନୂତନ ବିଜେପି ସଭାପତି
ବୁଧବାର ଦିନ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବିଜେପି ସାଂସଦ ବାନ୍ଦି ସଞ୍ଜୟ କୁମାରଙ୍କୁ ତେଲେଙ୍ଗାନାର ନୂତନ ସଭାପତି ଭାବରେ ନିଯୁକ୍ତ କରାଗଲା ବୋଲି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ସେ 2019 ସାଧାରଣ ନିର୍ବାଚନରେ କରିମନଗରରୁ ବିଜେପିର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ।