ଓଡିଶା

odisha

ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲକୁ ବିଜେଡିର ସମର୍ଥନ

By

Published : Aug 5, 2019, 4:23 PM IST

Updated : Aug 5, 2019, 7:03 PM IST

ଜମ୍ମୁ କାଶ୍ମୀରର ପନର୍ଗଠନ ବିଲକୁ ବିଜେଡିର ସମର୍ଥନ । ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଏନେଇ ଚାଲିଥିବା ଆଲୋଚନାରେ ଭାଗ ନେଇ ବିଜେଡି ଏହାକୁ ସମର୍ଥନ କରୁଥିବା କହିଛନ୍ତି ।

ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି

ନୂଆଦିଲ୍ଲୀ: ଧାରା 370କୁ ଉଚ୍ଛେଦ ପାଇଁ ଆଗତ ପ୍ରସ୍ତାବକୁ ବିଜେଡିର ସମର୍ଥନ । କେବଳ ଉଚ୍ଛେଦ ନୁହେଁ ଜମ୍ମୁ କାଶ୍ମୀରର ପୁନଃଗଠନ ନେଇ ଆସିଥିବା ବିଲ୍‌କୁ ମଧ୍ୟ ସମର୍ଥନ କରିଛି ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଏନେଇ ଚାଲିଥିବା ଆଲୋଚନାରେ ଭାଗ ନେଇ ବିଜେଡି ଏହାକୁ ସମର୍ଥନ କରୁଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ଏହା ସହ ଏହି ବିଲ୍‌ ଆଣିଥିବାରୁ ସେ କେନ୍ଦ୍ରସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏଥିସହ ଏହି ଦୁଇଟି ବିଲ୍‌ ଆଜି ରାଜ୍ୟସଭାରେ ପାରିତ ହେବା ଦରକାର ବୋଲି ସେ କହିଛନ୍ତି । ତେବେ ପ୍ରଥମେ ଦଳ ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ବିଲ୍‌କୁ ବିଜେଡି ସମର୍ଥନ କରୁଥିବା କହିଥିଲେ । ଏହା ସହ ପିଓକେକୁ ମଧ୍ୟ ଭାରତର ଅଂଶ ହେଉ ବୋଲି ସେ ଦର୍ଶାଇଥିଲେ ।

Last Updated : Aug 5, 2019, 7:03 PM IST

ABOUT THE AUTHOR

...view details