ଓଡିଶା

odisha

ETV Bharat / bharat

ତିନୋଟି ପ୍ରସ୍ତାବ ସହ ସିଏବିକୁ ରାଜ୍ୟସଭାରେ ବିଜେଡିର ସମର୍ଥନ

କିଛି ସଂଶୋଧନ ପ୍ରସ୍ତାବ ସହ ରାଜ୍ୟସଭାରେ ସିଏବିକୁ ସମର୍ଥନ କରିଛି ବିଜେଡି। କଣ ଦେଇଛି ବିଜେଡି ସଂଶୋଧନ ପ୍ରସ୍ତାବ ପଢନ୍ତୁ...

PHOTO
ବିଜେଡିର ସମର୍ଥନ

By

Published : Dec 11, 2019, 6:04 PM IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ରାଜ୍ୟସଭାରେ ଆଗତ କରିଛନ୍ତି ନାଗରିକ ସଂଶୋଧନ ବିଲ (ସିଏବି) ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଥିବା ସିଏବିକୁ ରାଜ୍ୟସଭାରେ ପାରିତ କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଯଥେଷ୍ଟ କସରତ କରିବାକୁ ପଡିବ।


ରାଜ୍ୟସଭାରେ ବିତର୍କ ଜାରି ରହିଥିବା ବେଳେ ବିଜୁ ଜନତା ଦଳ ମଧ୍ୟ ବିତର୍କରେ ଭାଗନେଇ ଦଳର ଆଭିମୁଖ୍ୟ ରଖିଛନ୍ତି । ସାଂସଦ ସସ୍ମିତ ପାତ୍ର ବିତର୍କରେ ଭାଗନେଇ କହିଛନ୍ତି ବିଜୁ ଜନତା ଦଳ ସିଏବି ବିଲକୁ ସମର୍ଥନ କରିବା ସହ 3ଟି ପ୍ରସ୍ତାବ ଦେଉଛି। ଏହାସହ ଦଳ ଆଶା ରଖିଛି ବିଜେଡି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିବେ ।

ସିଏବିକୁ ରାଜ୍ୟସଭାରେ ବିଜେଡିର ସମର୍ଥନ


ବିଜେଡିର ପ୍ରସ୍ତାବ-

*ପଡୋଶୀ ଶ୍ରୀଲଙ୍କାକୁ ସିଏବିରେ ଅନ୍ତର୍ଭୁକ୍ତ କରାଯାଉଛି। ଦୀର୍ଘ ଦଶନ୍ଧୀରୁ ହିନ୍ଦୁ ଓ ମୁସଲମାନଙ୍କ ପ୍ରତି ଅତ୍ୟାଚାର କରାଯାଉଛି। ସେମାନଙ୍କୁ ଏଥିରୁ ବଞ୍ଚିତ କରାନଯାଉ।

*ସିଏବିକୁ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ସହ ଯୋଡାନଯାଉ।

*ବିଲରେ ମୁସଲମାନ ସମ୍ପ୍ରଦାୟଙ୍କୁ ଅନ୍ତର୍ଭୁକ୍ତ ନକରିବା ଦ୍ବାରା ତାଙ୍କ ମନରେ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ତାହାକୁ ସରକାର ଦୂର କରନ୍ତୁ ବୋଲି ବିଜେଡି ପ୍ରସ୍ତାବ ଦେଇଛି।

ABOUT THE AUTHOR

...view details