ଓଡିଶା

odisha

ETV Bharat / bharat

ଶୂନ୍ୟକାଳରେ ବିଜେଡିର ନୋଟିସ୍‌, ବିଜୁ ବାବୁଙ୍କ ନାଁରେ ନାମିତ ହେଉ ପାରାଦୀପ ବନ୍ଦର - ରାଜ୍ୟସଭା ଶୂନ୍ୟକାଳରେ ବିଜେଡିର ନୋଟିସ

ସୋମବାର ସଂସଦରେ ମୌସୁମୀ ଅଧିବେଶନର ଅଷ୍ଟମ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ ଆଣିଛି ବିଜେଡି । ଅଧିକ ପଢନ୍ତୁ...

ବିଜୁ ବାବୁଙ୍କ ନାଁରେ ନାମିତ କରାଯାଉ ପାରଦୀପ ବନ୍ଦର
ବିଜୁ ବାବୁଙ୍କ ନାଁରେ ନାମିତ କରାଯାଉ ପାରଦୀପ ବନ୍ଦର

By

Published : Sep 21, 2020, 9:44 AM IST

Updated : Sep 21, 2020, 1:22 PM IST

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ଅଷ୍ଟମ ଦିନରେ ପହଞ୍ଚିଛି । ସକାଳ 9ଟାରୁ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ ଆଣିଛି ବିଜେଡି । ପାରାଦୀପ ବନ୍ଦରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦଳ ପକ୍ଷରୁ ଦାବି ରଖିଲେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ସେପଟେ, ଆଜି ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ଉତ୍ତେଜନା ପ୍ରସଙ୍ଗ ଉଠିପାରେ। ସଭାପତି ହଙ୍ଗାମା କରୁଥିବା ସାଂସଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ବିରୋଧୀ ସାଂସଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବେ ।

ସୂଚନାଯୋଗ୍ୟ, ରବିବାର ରାଜ୍ୟସଭାରେ 2ଟି କୃଷି ବିଲ ପାରିତ ହୋଇଯାଇଛି । ଏହି ବିଲ୍‌କୁ ବିଜେଡି ପକ୍ଷରୁ ବିରୋଧ କରାଯାଇଥିଲା । ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦଳ ପକ୍ଷରୁ ଦାବି କରିଥିଲେ। ଟିଏମସି ସାଂସଦ ନିୟମ ପୁସ୍ତକ ଚିରିଦେଲେ। ଗୃହର ମଧ୍ୟଭାଗକୁ ଆସି ମାଇକ୍ ମଧ୍ୟ ଭାଙ୍ଗିଦେଇଥିଲେ । ସାଂସଦଙ୍କ ଏହି କାର୍ଯ୍ୟକୁ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

Last Updated : Sep 21, 2020, 1:22 PM IST

ABOUT THE AUTHOR

...view details