ଥିରୁଅନନ୍ତପୁରମ:ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ଗୋଟେ ଚା' କପ ହେଇଗଲେ, ସବୁ ଥକାପଣକୁ କ୍ଷଣିକରେ ହାଲୁକା ହୋଇଯାଏ । ସକାଳୁ ସକାଳୁ ଚା' ସହ ବିସ୍କୁଟ ଖାଇବା ପ୍ରାୟ ସଭିଙ୍କ ଭାରି ପସନ୍ଦ । ତେବେ ଚା ପିଇବା ପରେ ଚା'କପକୁ କେବେ ଆପଣ ଖାଇଛନ୍ତି କି? କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । କେରଳର ତ୍ରିସୁର ସହରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ଚା ଦୋକାନୀ ବିସ୍କୁଟରେ ତିଆରି କପରେ ଲୋକଙ୍କୁ ଚା ପିଇବାକୁ ଦେଉଛନ୍ତି।
କେରଳର ତ୍ରିସୁର ସହରରେ ଥିବା ସ୍ବରାଜ ରୋଡର ରାଧାକ୍ରିଷ୍ଣା ବେକେରୀରେ ଏହି ଚା' କପ ବିକ୍ରି ହେଉଛି । ଚା' ପିଇବା ପରେ ଚା' କପ ଖାଇବାର ମଜା ନେବା ପାଇଁ ଏହି ବେକେରୀରେ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଛି। ଏନେଇ ସୋସିଆଲ ମିଡିଆ ଓ ଇଣ୍ଟରନେଟରେ ଖବର ଭାଇରାଲ ହେବା ପରେ ରାଧାକ୍ରିଷ୍ଣା ବେକେରୀ ସମ୍ପର୍କରେ ଲୋକେ ଜାଣିବାକୁ ପାଇଥିଲେ ।