ଓଡିଶା

odisha

ETV Bharat / bharat

ଛଠ ବ୍ରତଧାରୀଙ୍କୁ ଆଶ୍ବସ୍ତି, ସୁଲଭ ଦରରେ ମିଳିବ ସେଓ ଏବଂ ନଡିଆ - ଛଠ ବ୍ରତଧାରୀଙ୍କୁ ଆଶ୍ବସ୍ତି

ବିହାରରେ 'ନୋ ପ୍ରଫିଟି', 'ନୋ ଲସ' ହିସାବରେ ବିସ୍କୋମାନା ମ୍ୟାନେଜମେଣ୍ଟ ପକ୍ଷରୁ ଛଠ ପୂଜା ଉପଲକ୍ଷେ ସୁଲଭ ଦରରେ ମିଳିବ ସେଓ ଏବଂ ନଡିଆ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 26, 2019, 3:09 PM IST

ପାଟନା: ଚାଲିଛି ପର୍ବ ପାର୍ବଣର ଋତୁ । ଏଥିପାଇଁ ଫୁଲ ଓ ଫଳର ଚାହିଦା ବେଶ ଅଧିକ ରହୁଛି । ସେଥିପାଇଁ ଫଳ ଦର ମଧ୍ୟ ବେଶ ଉଚ୍ଚା ରହୁଛି । ଯାହାକୁ ନେଇ ବିହାର ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେବା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି ।

ରାଜଧାନୀର ବିସ୍କୋମାନ ଭବନରେ ଓ ଆଖପାଖ ଅଞ୍ଚଳରେ ଛଠ ପୂଜା ଉପଲକ୍ଷେ ବିଶ୍ବ ପ୍ରସିଦ୍ଧ କାଶ୍ମୀର ସେଓ ଓ ଆନ୍ଧ୍ରର ପଇଡକୁ ସୁଲଭ ଦରରେ ଉପଲବ୍ଧ କରାଯିବ । ଏନେଇ ଶୁକ୍ରବାର ଏହି କାଉଣ୍ଟରର ଉଦଘାଟନ ଅବସରରେ ବିହାର କୃଷିମନ୍ତ୍ରୀ ପ୍ରେମ କୁମାର କରିଛନ୍ତି । ଏହି ଅବସରରେ ବିସ୍କୋମାନର ଅଧ୍ୟକ୍ଷ ସୁନୀଲ କୁମାର ସିଂହ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ବିସ୍କୋମାନର ଅଧ୍ୟକ୍ଷ ସୁନୀଲ କୁମାର କହିଛନ୍ତି ଯେ, ଏହି ମହାନ ପର୍ବକୁ ଆଖିଆଗରେ ରଖି 'ନୋ ପ୍ରଫିଟି' 'ନୋ ଲସ' ହିସାବରେ ବିସ୍କୋମାନା ମ୍ୟାନେଜମେଣ୍ଟ ପକ୍ଷରୁ ଏହି ନିର୍ଣ୍ଣୟ ନିଯାଇଛି । ଏହାର ବିକ୍ରି 29 ଅକ୍ଟୋବର ଠାରୁ ନଭେମ୍ବର 2 ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ 20ଟି କାଉଣ୍ଟର ଖୋଲାଯିବ । କିଲୋ ପ୍ରତି 75 ଟଙ୍କାରେ ସେଓ ଓ ନଡିଆ ଗୋଟେକୁ 25 ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ।

କୃଷିମନ୍ତ୍ରୀ ପ୍ରେମ କୁମାର କହିଛନ୍ତି ଯେ, କାଶ୍ମୀରରେ ଧାରା 370 ହଟିବା ପରେ ସେଓ ଉତ୍ପାଦକ ଚାଷୀଙ୍କ ହିତ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଚିତ ମୂଲ୍ୟ ଦେବା ସହ, ସେଓ କ୍ରୟ କରିବା ପାଇଁ ନୋଡଲ ଏଜେନ୍ସୀକୁ ନିୟୋଜିତ କରାଯାଇଛି । ଏହି ଧାର ହଟିବା ଦ୍ବାରା ବ୍ୟବସାୟୀ ମଧ୍ୟ ଆଶ୍ବସ୍ତ ହୋଇଛନ୍ତି।

ABOUT THE AUTHOR

...view details