ଓଡିଶା

odisha

ରାଜୀବ ଗାନ୍ଧୀଙ୍କ 76ତମ ଜୟନ୍ତୀ: ଦେଶ ପାଳୁଛି 'ସଦଭାବନା ଦିବସ'

By

Published : Aug 20, 2020, 12:15 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ, ଭାରତ ଏକ ପ୍ରାଚୀନ ଦେଶ । କିନ୍ତୁ ଏହା ଏକ ଯୁବ ରାଷ୍ଟ୍ର ଅଟେ । ମୋର ଏକ ସ୍ବପ୍ନ ଅଛି , ମାନବତା ସେବାରେ ମଜବୁତ, ଆତ୍ମନିର୍ଭର ଓ ବିଶ୍ବରେ ସବୁଠାରୁ ଅଗ୍ରଣୀ ଦେଶ ହେଉ ମୋ ଭାରତ ।

ରାଜୀବ ଗାନ୍ଧୀଙ୍କ 76ତମ ଜୟନ୍ତୀ: ଦେଶ ପାଳୁଛି 'ସଦଭାବନା ଦିବସ'
ରାଜୀବ ଗାନ୍ଧୀଙ୍କ 76ତମ ଜୟନ୍ତୀ: ଦେଶ ପାଳୁଛି 'ସଦଭାବନା ଦିବସ'

ହାଇଦ୍ରାବାଦ: ଭାରତର 6ଷ୍ଠ ତମ ପ୍ରଧାନମନ୍ତ୍ରୀ ତଥା ଦେଶର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି 76ତମ ଜନ୍ମ ଜୟନ୍ତୀ । ତେବେ ପ୍ରତିବର୍ଷ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସକୁ ରାଷ୍ଟ୍ରୀୟ ସଦଭାବନା ଦିବୟ ରୂପେ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ ହେଲା ସମସ୍ତ ଧର୍ମର ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା, ଶାନ୍ତି. ସ୍ନେହ ଓ ସାମ୍ପ୍ରଦାୟିକ ବନ୍ଧୁତ୍ବ ଭାବନା ଉଜାଗର ରଖିବା ।

20ଅଗଷ୍ଟ,1944ରେ ଜନ୍ମଗ୍ରହଣ କରିଥିଲେ ଭାରତର 6ଷ୍ଠତମ ପ୍ରଧାନମନ୍ତ୍ରୀ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ପ୍ରଧାନମନ୍ତ୍ରୀ ଭାବେ 1984-89ଯାଏଁ ଦେଶର ସେବା କରିଥିଲେ ରାଜୀବ ଗାନ୍ଧୀ ।

ଦେଶର ବିକାଶ ଦିଗରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି । ରାଜୀବ ଗାନ୍ଧୀ 1986 ମସିହାରେ ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମର ଆଧୁନିକୀକରଣ ଓ ବିସ୍ତାର ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିର ଘୋଷଣା କରିଥିଲେ । ସେ 1986 ମସିହାରେ ଜବାହର ନବୋଦୟ ବିଦ୍ୟାଳୟର ସ୍ଥାପନ କରିଥିଲେ । ଏହି ସଂସ୍ଥା ଗ୍ରାମୀଣ ଶିଶୁଙ୍କୁ ଷଷ୍ଠରୁ ଦ୍ବାଦଶ ଯାଏଁ ଆବାସିକ ଶିକ୍ଷା ପ୍ରଦାନ କରୁଥିଲା । ଏହାର ସଂଚାଳନ କେନ୍ଦ୍ର ସରକାର କରୁଥିଲେ । ଏଥିସହ ରାଜୀବ ଗାନ୍ଧି ଗ୍ରାମୀଣ କ୍ଷେତ୍ରରେ ଟେଲିଫୋନର ବିସ୍ତାର ପାଇଁ ସାର୍ବଜନିକ କଲ ଅଫିସ (ପିସିଓ) ବି ନିର୍ମାଣ କରିଥିଲେ ।

ରାଜୀବଗାନ୍ଧୀଙ୍କ ଜୀବନର କିଛି ରୋଚକ ତଥ୍ୟ:

  • ତାଙ୍କ ନାଁ ରାଜୀବ ଗାନ୍ଧୀ ତାଙ୍କର ଆଈ ମା କମଳା ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ରଖାଯାଇଥିଲା । ରାଜୀବ ବି କମଳା ଶବ୍ଦର ଏକ ପ୍ରତିଶବ୍ଦ ।
  • ସେ ଫ୍ଲାଇଙ୍ଗ କ୍ଲବର ସଦସ୍ୟ ଥିଲେ । ସେଠାରେ ଜାହାଜ ଉଡାଇବାର ଟ୍ରେନିଂ ନେଇଥିଲେ ।
  • 1970 ମସିହାରେ ସେ ଏୟାରଇଣ୍ଡିଆରେ ଯୋଗ ଦେଇଥିଲେ ।
  • ରାଜୀବ ଗାନ୍ଧୀଙ୍କୁ କମ୍ପ୍ୟୁଟର ଓ ଇଲେକଟ୍ରୋନିକ ସାମଗ୍ରୀର ସୌଖିନ ଥିଲେ । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବେ ଦେଶରେ ଡିଜିଟାଲକୁ ଅଗ୍ରଣୀ ଦେଇଥିଲେ ।
  • ରାଜୀବ ଗାନ୍ଧୀ 1981ରେ ଯୁବ କଂଗ୍ରେସର ଅଧ୍ୟକ୍ଷ ଭାବେ ଚୟନ ହୋଇଥିଲେ ।
  • ସେହିପରି ମାତ୍ର 40ବର୍ଷ ବୟସରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।
  • ତାଙ୍କ ନେତୃତ୍ୟରେ କଂଗ୍ରେସ ମୋଟ 542 ସିଟରୁ 411ଟି ସିଟରେ ବହୁମତରେ ବିଜୟ ହାସ କରିଥିଲା ।
  • ଭ୍ରଷ୍ଟାଚାର ବିପକ୍ଷରେ ଲଢିଥିଲେ । ଏଥିଲାଗି ତାଙ୍କୁ ମିଷ୍ଟର କ୍ଲିନର ଉପନାମ ମଧ୍ୟ ଦିଆଯାଇଥିଲା ।
  • 21ମେ 1991ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବିନା ରାଜୀବ ଗାନ୍ଧୀ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବାକୁ ରହିଥିଲେ । ସେହି ସମୟରେ ଶ୍ରୀଲଙ୍କାର ଅଲଗାଓ୍ବବାଦୀ ସଙ୍ଗଠନ ଏଲଟିଟିଇ ଦ୍ବାରା ତାଙ୍କର ହତ୍ୟା କରିଥିଲା ।

1992ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ କଂଗ୍ରେସ ପାର୍ଟି ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାରର ସ୍ଥାପନା କରାଯାଇଥିଲା । ପ୍ରତିବର୍ଷ ଏହି ପୁରସ୍କାର ସାମାଜିକ ସଦଭାବନାର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ । ପୁରସ୍କାରରେ 10ଲକ୍ଷ ନଗଦ ରାଶି ଓ ସାର୍ଟିଫିକେଟ ମିଳେ ।

20 ଅଗଷ୍ଟରେ ସଦଭାବନା ଦିବସ ଉପଲକ୍ଷେ ଦେଶବାସୀ ଶପଥ ନେଇଥାନ୍ତି । ପ୍ରତିଜ୍ଞା ହେଲା: ମୁଁ ପ୍ରତିଜ୍ଞା କରୁଛି କି, ମୁଁ ଜାତି, ଧର୍ମ ଓ ଭାଷାକୁ ଧ୍ୟାନ ନଦେଇ ସମସ୍ତ ଲୋକଙ୍କ ପାଇଁ ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାମ କରିବି । ମୁଁ ପୁଣି ପ୍ରତିଜ୍ଞା କରୁଛି କି, ହିଂସା ନକରି ସମ୍ବିଧାନିକ ସାଧନା ଓ କଥାବର୍ତ୍ତା ମାଧ୍ୟମରେ ଆମ ଭିତରେ ଥିବା ମତଭେଦକୁ ସମାପ୍ତ କରିବି ।

ABOUT THE AUTHOR

...view details