ଓଡିଶା

odisha

ETV Bharat / bharat

ଝାନସୀ ରାଣୀ ଲକ୍ଷ୍ମୀବାଈ@190 - birth anniversary of maharani laxmi bai

ଆଜି ଝାନସୀ ରାଣୀ ଲକ୍ଷ୍ମାବାଈଙ୍କର 190 ତମ ଜନ୍ମଜୟନ୍ତୀ। ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରମୁଖ ନାୟିକା ହେଲେ ଲକ୍ଷ୍ମୀବାଈ ।

ଝାନସୀ କି ରାଣୀ@190

By

Published : Nov 19, 2019, 1:04 PM IST

ଲକ୍ଷ୍ନୌ: ସ୍ଵଦେଶ ଓ ସ୍ଵଜାତିକୁ ପରାଧୀନତା ବନ୍ଧନରୁ ମୁକ୍ତ କରିବାରେ ଅନେକ ନାରୀଙ୍କ ପ୍ରମୁଖ ଭୂମିକା ରହିଥିଲା । ସେମାନଙ୍କ ମଧ୍ୟରୁ ରାଣୀ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। 1828 ମସିହା ନଭେମ୍ବର 19 ତାରିଖ ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ଲକ୍ଷ୍ମୀବାଈ ଜନ୍ମ ନେଇଥିଲେ। ପ୍ରତିବର୍ଷ ଆଜିର ଦିନରେ ତାଙ୍କର ଜନ୍ମଦିବସ ପାଳିଥାନ୍ତି ଦେଶବାସୀ ଓ ତାଙ୍କର କର୍ମକୁ ସ୍ମରଣ କରି ଦେଇଥାନ୍ତି ଶ୍ରଦ୍ଧାଞ୍ଜଳି ।

ଝାନସୀ କି ରାଣୀ@190

ଏହି ଦିନରେ ସାରା ସହରକୁ ବିଭିନ୍ନ ପ୍ରକାର ସୁସଜ୍ଜିତ କାରାଯାଇଥାଏ । ଏହାସହ ତାଙ୍କ ସହ ଜଡିତ ଐତିହାସିକ ସ୍ଥଳୀକୁ ମଧ୍ୟ ଆକର୍ଷଣୀୟ କରିବା ପାଇଁ ସାଜସଜ୍ଜା ହୋଇଥାଏ। ମହାରାଷ୍ଟ୍ର ଗଣେଷ ମନ୍ଦିରରେ ମହାରାଜ ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ ଲକ୍ଷ୍ମୀବାଈ । ତେଣୁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନରେ ଗଣେଶ ମନ୍ଦିରରେ ଆୟୋଜିତ ହୁଏ ବଡ ଧରଣର ଉତ୍ସବ । ତେବେ ଆଜି ତାଙ୍କର 190 ତମ ଜନ୍ମ ଦିବସରେ ସୁସଜ୍ଜିତ ହୋଇଛି ସାରା ଝାନସୀ । ଝାନସୀର ନାମକୁ ଲକ୍ଷ୍ମୀବାଈଙ୍କ ନାମରେ ଖୁବ ପରିଚିତ ।

ସଂକ୍ଷେପରେ ଲକ୍ଷ୍ମୀବାଈଙ୍କ ଜୀବନୀ:

ଲକ୍ଷ୍ମୀବାଈଙ୍କ ପ୍ରକୃତ ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ଥିଲା ମନୁ। ପିତା ମୋରପନ୍ତ ତାମ୍ବେ ଓ ମାତା ଭାଗିରଥୀ ବାଈଙ୍କ କନ୍ୟା ମନୁ। ମାତ୍ର 4ବର୍ଷର ହୋଇଥିବା ବେଳେ ଏକା କରି ଚାଲିଗଲେ ଲକ୍ଷ୍ମୀବାଇଙ୍କ ମା। ଆଉ ତାପରଠୁ ଆରମ୍ଭ ହୋଇଥିଲା ଲକ୍ଷ୍ମୀବାଈଙ୍କ ସଂଘର୍ଷମୟ ଜୀବନ। ଛୋଟ ବୟସରୁ ଖଡ୍ଗ ଚାଳନା, ଅଶ୍ଵାରୋହଣ,ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ଖୁବ ପାରଙ୍ଗମ ଥିଲେ। ସ୍ବାଧିନତା ସମୟରେ ଅନେକ ନାରୀଙ୍କ ଭିତରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରାଣୀ ଲକ୍ଷ୍ମୀବାଈ।

19 ମେ 1842 ମସିହାରେ ସେ ବିବାହ କରିଥିଲେ । ବିବାହ ପରେ ତାଙ୍କୁ ମହାରାଣୀର ଆଖ୍ୟା ମିଳିଥିଲା । କିଛି ଦିନ ପରେ ଅସୁସ୍ଥ ହେବାରେ ଲାଗିଥିଲେ ରାଜା ଗଙ୍ଗାଧର ରାଓ । ଫଳରେ ଲକ୍ଷ୍ମୀବାଈ ରାଜ୍ୟ ଶାସନ ହାତକୁ ନେଇଥିଲେ । ଆଉ ସମସ୍ତ ରାଜକାର୍ଯ୍ୟ ସମ୍ଭାଳୁଥିଲେ । ବ୍ରିଟିଶ ଆକ୍ରମଣରେ 1858 ମସିହା ଜୁନ 18 ତାରିଖରେ ତାଙ୍କର ମୃତ୍ୟୁ ପରେ ଦୋହଲି ଯାଇଥିଲା ଝାନସୀ । ଆଉ ଜଣେ ଯୋଦ୍ଧାଙ୍କୁ ହରାଇଥିଲେ ପ୍ରଜାଗଣ । ତାପରେ ଗ୍ବାଲିଅର ଦୁର୍ଗକୁ ଅକ୍ତିଆର କରିନେଲା ଗୋରା ସରକାର । କିନ୍ତୁ ନିଜର କର୍ମ ଓ ସାହସିକତା ପାଇଁ ଦେଶବାଶୀଙ୍କ ହୃଦୟରେ ଉଦଜୀବିତ ମଣିକର୍ଣ୍ଣିକା ।

ABOUT THE AUTHOR

...view details