ଓଡିଶା

odisha

ETV Bharat / bharat

ଅବସର ନେଲେ ଆର୍ମି ଚିଫ ବିପିନ ରାୱତ, ନୂଆ ଦାୟିତ୍ବ ସମ୍ଭାଳିବେ ମନୋଜ ମୁକୁନ୍ଦ - ଆର୍ମି ଚିଫ ପଦରୁ ଅବସର

ଅବସର ନେଲେ ଆର୍ମି ଚିଫ ବିପିନ ରାୱତ । ଜେନେରାଲ ବିପିନ ରାୱତ ଆଜି(ମଙ୍ଗଳବାର) ସେନା ମୁଖ୍ୟ ପଦରୁ ଅବସର ନେଇଛନ୍ତି ।

bipin rawat
ଅବସର ନେଲେ ବିପିନ ରାୱତ

By

Published : Dec 31, 2019, 10:38 AM IST

Updated : Dec 31, 2019, 11:02 AM IST

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାକୁ ମିଳିଲା ନୂଆ ସେନା ପ୍ରମୁଖ । ଜେନେରାଲ ବିପିନ ରାୱତ ଆଜି(ମଙ୍ଗଳବାର) ସେନା ମୁଖ୍ୟ ପଦରୁ ଅବସର ନେଇଛନ୍ତି । ଆଉ ତାଙ୍କ ସ୍ଥାନରେ ନୂଆ ଦାୟିତ୍ବ ଭାର ସମ୍ଭାଳିବେ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ। ବିପିନ ରାୱତ ଅବସର ନେବା ପରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଭାବେ ଘୋଷିତ କରାଯାଇଛି ।

ଅବସର ନେଲେ ବିପିନ ରାୱତ

ଆଜି(ମଙ୍ଗଳବାର) ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ବିଦାୟ ଦିଆଯାଇଛି । ସେନା ପ୍ରମୁଖ ପଦରୁ ଜେନେରାଲ ବିପିନ ରାୱତ ଆଜି ଅବସର ନେଇ ଆସନ୍ତାକାଲି ଅର୍ଥାତ୍ ନୂଆବର୍ଷରେ ସେ ଦେଶର ପ୍ରଥମ ସିଡିଏସ ଭାବେ ନିଜ କାର୍ଯ୍ୟଭାର ସମ୍ଭାଳିବେ । ବିପିନ ରାୱତ 31 ଡିସେମ୍ବର ,2016ରେ ସେନା ପ୍ରମୁଖ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

ତିନି ବର୍ଷ କାର୍ଯ୍ୟକାଳରେ ତାଙ୍କ ତତ୍ବାବଧାନରେ ଭାରତୀୟ ସେନା ଅନେକ ଅପରେସନ ସଫଳତାର ସହ ଶେଷ କରିଛି । ମଙ୍ଗଳବାର ସେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ(ନ୍ୟାସନାଲ ୱାର ମେମୋରିଆଲ) ଯାଇ ଶ୍ରଦ୍ଧାଞ୍ଜଳି ଦେବା ପରେ ସାଉଥ ବ୍ଲକରେ ତାଙ୍କୁ ଗାର୍ଡ ଅଫ ଅନରରେ ସମ୍ମାନୀତ କରାଯାଇଛି ।

ଜେନେରାଲ ବିପିନ ରାୱତ ସିମଲାର ସେଣ୍ଟ ଏଡବର୍ଡ ସ୍କୁଲରେ ପାଠପଢା ସାରି ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ । 1978ମସିହାରେ ସେ 11 ଗୋରଖା ରାୟଫଳ୍ସର 5ମ ବାଟାଲିୟାନରେ ରାୱତଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେ ନିଜର 38ବର୍ଷର କାର୍ଯ୍ୟକାଳ ସମୟରେ ତାଙ୍କୁ ଅନେକ ମେଡାଲ ଓ ସମ୍ମାନରେ ସମ୍ମାନୀତ କରାଯାଇଛି ।

କ'ଣ ଚିଫ ଅଫ ଡିଫେନ୍ସ ଷ୍ଟାଫର ଦାୟିତ୍ବ ?

ଦୀର୍ଘଦିନର ଦାବି ପରେ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତ ସରକାରଙ୍କ ପକ୍ଷରୁ CDS ପଦକୁ ସୃଷ୍ଟି କରାଯାଇଛି । ଚିଫ ଅଫ ଡିଫେନ୍ସ ଷ୍ଟାଫର ଦାୟିତ୍ବ ମୁଖ୍ୟତଃ ତିନିସେନା ସହ ଜଡିତ ଥିବା ସମସ୍ତ ମାମଲାରେ ରକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେବା । CDS ହିଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ।

ଜେନେରାଲ ମନୋଜ ମୁକୁନ୍ଦ ନରୱାନେ ସମ୍ଭାଳିବେ ନୂଆ ଦାୟିତ୍ବ ଭାର

ଜେନେରାଲ ବିପିନ ରାୱତ ନିଜ ପଦରୁ ଅବସର ନେବା କ୍ଷଣି ଲେଫ୍ଟେନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ ସେନାର ପ୍ରମୁଖ ଭାବେ ସେନାର କମାଣ ସମ୍ଭାଳିବେ । ସେ ଏହି ଦାୟିତ୍ବ ନେବା ପୂର୍ବରୁ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟାନ ଭାର ସମ୍ଭାଳି ସାରିଛନ୍ତି । ଏହାସହ ସେ ଶ୍ରୀଲଙ୍କାରେ ହୋଇଥିବା ଇଣ୍ଡିଆନ ପିସ କିପିଙ୍ଗ ଫୋର୍ସର ଅଂଶଗ୍ରହଣ କରି ଥିବାବେଳେ ତିନି ବର୍ଷ ଧରି ମିଆଁମାରରେ ମଧ୍ୟ ରହିଛନ୍ତି । ଲେଫ୍ଟେନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ ରାଷ୍ଟ୍ରୀୟ ରକ୍ଷା ଏକାଡେମୀ(NDA) ଏବଂ ଭାରତୀୟ ସୈନ୍ୟ ଏକାଡେମୀ(IMA)ରେ ପାସ ଆଉଟ ହୋଇଛନ୍ତି ।

Last Updated : Dec 31, 2019, 11:02 AM IST

ABOUT THE AUTHOR

...view details